ରାୟଗଡ଼ା ଜିଲ୍ଲାNMOPS ର ଆନ୍ଦୋଳନ ପାଇଁ ପ୍ରସ୍ତୁତି

ରାୟଗଡ଼ା ଜିଲ୍ଲାNMOPS ର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକରାୟଗଡ଼ା ତା ୦୬-୦୮-୨୩ ରାୟଗଡା ଜିଲ୍ଲାର ନୂତନ ପେନସନଭୁକ୍ତ କର୍ମଚାରୀ ମାନଙ୍କର ଏକ ବୈଠକ ଜିଲ୍ଲା ସଦମହକୁମା ଅମଲା ସଂଘ ବୈଠକ ଗୃହରେ ଅକ୍ଷୟ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶତାଧିକ ଶିକ୍ଷକ କର୍ମଚାରୀ ଯୋଗ ଦେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତି ହେବାସହ ଆନ୍ଦୋଳନକୁ ଜୋରଦାର କରିବାକୁ କମିଟି ଗଠନ କରିଥିଲେ । ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ପ୍ରମୋଦ କୁମାର ମହାପାତ୍ର, ସମ୍ପାଦକ ଭାବେ ଏନ୍ ପ୍ରଦୀପ କୁମାର ଶିବ ପ୍ରସାଦ ମହାପାତ୍ର, ଉପସଭାପତି ଭାବେ ସୁନୀଲ କୁମାର ପ୍ରଧାନ, କାହ୍ନୁ ବାଉରୀ, ରମେଶ ମିଶ୍ର, ପ୍ରଣତି ହିମରିକା, ସହ ସମ୍ପାଦକ ଭାବରେ ଗଙ୍ଗା ପ୍ରସାଦ ବ୍ରହ୍ମା, ରମେଶ ବାଗ ରାଧାକୃଷ୍ଣ ପଣ୍ଡା, କାର୍ଯ୍ୟାଳୟ ପ୍ରମୁଖ ଭାବେ ସ୍ନେହାଶିଷପାତ୍ର, ଚିନ୍ମୟ ମହାପାତ୍ର, ସାମାଜିକ ଗଣମାଧ୍ୟମ ଦାୟିତ୍ଵ ନିର୍ବାହ ପାଇଁ ତୁଷାର ଲାବଲା, ଅନିତା ଦାସ, ପୃଥିବୀରାଜ ସାହୁ ରଶ୍ମିତା ପଲେଇ କାଞ୍ଚନ ସାହୁ କୋଷଧକ୍ଷ ଭାବେ ଦୀପକ ସାହୁ, ଆଇ ନରେଶ, ସଂଗଠନ ସମ୍ପାଦକ ଭାବରେ ପ୍ରମୋଦ ପଣ୍ଡା, ଅକ୍ଷୟ ପଣ୍ଡା, ଜି ଦିବାକର ରଶ୍ମିତା ଖାଡଙ୍ଗା, ରମାକାନ୍ତ ବିରଦଳେଇ ,ଗୋପାଳ ନାୟକ, ସୁଧୀର ନାୟକ, ତନୁଶ୍ରୀ ସ୍ମରଣିକା ମିଶ୍ର ଅଭିଷେକ ଦାସ , ସମ୍ବାଦ ସଂଯୋଜକ ଭାବେ ନରେଶ କୁମାର ସିଂ, ଏନ୍ ପ୍ରଦୀପ ପ୍ରମୁଖ ଦାୟିତ୍ଵ ନିର୍ବାହ କରିବା ପାଇଁ ପ୍ରସ୍ତାବ ପାରିତ ହେଲା । ଶେଷରେ ଶ୍ରୀ ସୁରେଶ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *