କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀୟ ବାଲୁକା କଳା ଉତ୍ସବ ପାଇଁ ଯାତ୍ରୀନିବାସରେ ପ୍ରସ୍ତୁତି ବୈଠକ

କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀୟ ବାଲୁକା କଳା ଉତ୍ସବ ପାଇଁ ଆଜି ଯାତ୍ରୀ ନିବାସ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଆୟୋଜନ ହେବ। ଆଜି ଏ ନେଇ ପୁରୀ ଜିଲ୍ଲାପାଳ ଙ୍କ ଅଧକ୍ଷତା ରେ କୋଣାର୍କ ଯାତ୍ରୀ ନିବାସ ଠାରେ କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀୟ ବାଲୁକା ମହୋତ୍ସବ ୨୦୨୩ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ।ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର,ଓଟିଡ଼ିସିର ଯୁଗ୍ମ ନିର୍ଦ୍ଦେଶକ ଶଚିନି ରାମଚନ୍ଦ୍ର ଜାଦବ, ସଂଗୀତ ନାଟକ ଏକାଡେମୀ ଅଧକ୍ଷ ଅରୁଣା ମହାନ୍ତି ,ଆର୍ନ୍ତଜାତୀୟ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଜିଲ୍ଲା ଟୁରିଷ୍ଟ ଅଧିକାରୀ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ପାଞ୍ଚ ଦିନ ମଧ୍ୟରେ ଓଡିଶୀ, ଭାରତ ନାଟ୍ୟମ ଓ ଶାସ୍ତ୍ରୀୟ ସଙ୍ଗୀତର ର ନାମିଦାମୀ କଳାକାର ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବା ସହିତ ବିଭିନ୍ନ ଦେଶରୁ ଆସୁଥିବା ବାଲୁକା କଳାକାରମାନେ ବାଲୁକା କଳା ପ୍ରଦର୍ଶନ କରିବେ । ପାଞ୍ଚ ଦିନ ପରିବର୍ତ୍ତେ ଏହାକୁ ସାତ ଦିନ କରିବା ପାଇଁ ବୈଠକରେ ଆଲୋଚନା ପରେ ଏନେଇ ବିଭାଗୀୟ ଅଧିକାରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ମନ୍ତ୍ରୀ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା,ପର୍କିଙ୍ଗ,ନିର୍ଭିଗ୍ନ ବିଦୂତ ସେବା,ପରିବେଶ ପରିଷ୍କାର ସହିତ ପ୍ରତ୍ୟେକ ଗୁରୁତ୍ୱ ପୂର୍ଣ୍ଣ ବିଭାଗ ଅଧିକାରୀ ଙ୍କ ସହିତ ଆଲୋଚନା ହୋଇଥିଲା ।
ରିପୋର୍ଟ୍ ଜ୍ଞାନ ରଞ୍ଜନ ବିଶ୍ଵାଳ କୋଣାର୍କ reporter