ନୂଆ-ଓ ଯୁବ ଉତ୍ସବ କାର୍ଯ୍ୟକ୍ରମ ପ୍ରସ୍ତୁତି

ନୂଆ-ଓ ଯୁବ ଉତ୍ସବ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକପୁରୀ ୪/୧ ପୁରୀ ଜିଲ୍ଲା ସ୍ତରୀୟ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବ ଉତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଏ ସମ୍ପର୍କରେ ଏକ ବୈଠକ ଜିଲ୍ଲା ପରିଷଦର ଜିଲ୍ଲା ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ଯୁବ ବର୍ଗ ମାନଙ୍କ ପ୍ରତିଭା ଓ ଦକ୍ଷତା ବିକାଶ ପାଇଁ ଏକ ଅନନ୍ୟ ପଦକ୍ଷେପ।ତେଣୁ ପୂର୍ବରୁ ପ୍ରତ୍ୟେକ ମହାବିଦ୍ୟାଳୟ ମାନଙ୍କ ରେ ଅନୁଷ୍ଠିତ ହୋଇଥିବା ବିବିଧ ପ୍ରତିଯୋଗିତାର ପ୍ରତିଯୋଗୀ ଙ୍କ ମଧ୍ୟରେ ଜିଲ୍ଲା ସ୍ତରରେ ପ୍ରତିଯୋଗିତା ଆୟୋଜନ କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ଯୁବ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ସେ ସୂଚନା ଦେଇଥିଲେ।ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ +୨ ଓ +୩ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନ ଙ୍କ ମଧ୍ୟରେ ଅନୁଷ୍ଠିତ ଏକକ ଓ ଦଳଗତ ନୃତ୍ୟ,ଏକକ ଓ ଦଳଗତ ସଂଗୀତ, ବକ୍ତୃତା, ଚିତ୍ରାଙ୍କନ,ଓ କୁଇଜ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି କହିଥିଲେ।ସେହିପରି ଡିଷ୍ଟ୍ରିଟ୍ ଫେଷ୍ଟ ବା ଜିଲ୍ଲା ଉତ୍ସବ ଯାହା ଜାନୁଆରୀ ଶେଷ ସପ୍ତାହରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *