ନିମାପଡ଼ା ମହୋତ୍ସବ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

.ନିମାପଡ଼ା,୨0/୧୨ ଚଳିତ ବର୍ଷ ଡିସେମ୍ବର ତା ୨୫ ରୁ ୨୭ରିଖ ୩ଦିନ ଧରି ୨୩ତମ ନିମାପଡ଼ା ମହୋତ୍ସବ ସନ୍ଧ୍ୟା ୬ଟା ରୁ ରାତି ୧0 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ନିମାପଡ଼ାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ହେଲ୍ପଲାଇନ” ନିମାପଡ଼ା ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ମହୋତ୍ସବରେ ଚଳିତ ବର୍ଷ ରାଜ୍ୟ ତଥା ଦେଶର ପ୍ରତିଷ୍ଠିତ ନୃତ୍ୟଅନୁଷ୍ଠାନ ମାନେ ଓଡିଶୀ, କ୍ରିଏଟିଭ, ଫିଉଜନ ଓ ରାଜସ୍ଥାନୀ ଲୋକନୃତ୍ୟ ପରିବେଷଣ କରିବେ l ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର ଉଦଘାଟନ କରିବା ସହିତ ଗ୍ରାମ୍ୟଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପ୍ରୀତିରଞ୍ଜନ ଘଢେଇ ଉଦଯାପନ କରିବାର କାର୍ଯ୍ୟକ୍ରମ ରହିଛି l ଅନ୍ୟଦିବସରେ ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମ ଅଧକ୍ଷ ସତ୍ୟବ୍ରତ ତ୍ରିପାଠୀ ଓ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ସୁବାଶିଷ ମାରାଣ୍ଡି ପ୍ରମୁଖ ଯୋଗଦେବେ l ଏଥି ସହିତ ମହୋତ୍ସବ କମିଟିର ସଭାପତି ବିଧାୟକ ସମୀର ଦାଶ ତିନଦିନ ଧରି ଉପସ୍ଥିତ ରହିବେ ବୋଲି ଆଜି ଏକ ଖବରଦାତା ସମ୍ମିଳନୀରେ ହେଲ୍ପଲାଇନି ସଭାପତି ଅକ୍ଷୟ ସାହୁ ସୂଚନା ପ୍ରଦାନ କରିଛନ୍ତି l ସମ୍ପାଦକ ନିଗମାନନ୍ଦ ସାହୁ ଏବଂ ମହୋତ୍ସବ କମିଟିର ସଂଯୋଜକ ଅନ୍ବେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l