ସମନ୍ବୀତ ଯୁବ ବିକାଶ ଯୋଜନାର ପ୍ରସ୍ତୁତି ବୈଠକ


ଆସିକା : ତା ୧୧/୧୧ – ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ପ୍ରାୟୋଜିତ କାର୍ଯ୍ୟକ୍ରମ ସମନ୍ବୀତ ଯୁବ ବିକାଶ ଯୋଜନା (ଆଇୱାଇଡିପି)ର ପ୍ରସ୍ତୁତି ବୈଠକ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ସଭାପତିତ୍ବରେ ସଂପାଦିତ ହୋଇଯାଇଛି। ନୋଡାଲ ଅଧିକାରୀ ଡ. ବସନ୍ତ କୁମାର ଆଚ଼ାରୀ ଏହାର ଆଭିମୁଖ୍ୟ ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବୈଠକରେ ଯୁବା ପିଢ଼ିଙ୍କ ବୈକ୍ତିକ ବିକାଶ ନିମନ୍ତେ ଏହି ଯୋଜନାକୁ ସଫଳ ରୂପାୟନ କରିବା ପାଇଁ ଖେଳ ଓ କ୍ରୀଡା କୌଶଳ ଦକ୍ଷତା, ସାହିତ୍ୟ ଓ ସାସ୍କୃତିକ ବିକାଶ ଏବଂ ସାମାଜିକ କାର୍ଯାବଳୀ, ନିମନ୍ତେ ଅଧ୍ୟାପକ ତଥା ଅଧ୍ୟାପିକାଙ୍କୁ ନେଇ ତିନୋଟି କାର୍ଯ୍ୟକାରିଣି କମିଠି ଗଠନ କରାଯାଇଛି। ଯୋଜନାକୁ ସୁଚାରୂ ରୂପେ ସମାପ୍ତ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଦ୍ବାରା ଛାତ୍ର ସଂଗଠକ ଚ଼ୟନ କରାଯାଇଥିଲା। କାର୍ଯ୍ୟକାରିଣି ବୈଠକର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ପ୍ରଶାସନିକ ଅଧିକାରୀ ଶଂକର ପ୍ରସାଦ ଅଧିକାରୀ, ସହ ପ୍ରଶାସନିକ ଅଧିକାରୀ ଅଭୟ ପରିଚ୍ଛା ପଟ୍ଟନାୟକ, ପ୍ରାଧ୍ୟାପିକା ଡ. ସ୍ମିତାରାଣୀ ପଣ୍ଡା ଏବଂ ହିସାବରକ୍ଷକ ଅଧିକାରୀ ରାଜେନ୍ଦ୍ର ଗୌଡ଼ ବୈଠକରେ ମଞ୍ଚାସୀନ ଥିଲେ। ଯୁକ୍ତ ତିନି ବର୍ଗର ବରିଷ୍ଠ ଛାତ୍ର ସଂଗଠକ କମଳ ଲୋଚ଼ନ ନାହାକ, ଏବଂ ସହଯୋଗୀ ରୂପେ ସମିର ବେହେରା, ଆସୁତୋଷ ସେଠୀ, ବି. ୟାନିଶ୍ ରେଡ୍ଡି, ହିମାଂଶୁ କୁମାର ଜେନା, ଶୁବ୍ରତ ଲେଙ୍କା, ସ୍ବୟଂସିଦ୍ଧ ସାହୁ ଏବଂ ଯୁକ୍ତ ଦୁଇ ବର୍ଗର କନିଷ୍ଠ ଛାତ୍ର ସଂଗଠକ ରୂପେ ସାଇରାମ ଜେନା ଏବଂ ସହଯୋଗୀ ସୁଶ୍ରୀ ଅଙ୍କିତା ମିଶ୍ର ଏବଂ ଅମ୍ରିତା ଭଂଜଙ୍କୁ ବିବେଚ଼ିତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମ ଦ୍ବାରା ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିଗତ ବିକାଶ ପାଇଁ ଉଦ୍ଦିଷ୍ଠ ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସକୁ ସମସ୍ତେ ସାଧୁବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ ଯଥାଶୀଘ୍ର ଆରମ୍ଭ ହୋଇ ଚଳିତ ମାସ ନଭେମ୍ବର ୩୧ ତାରିଖ ସୁଦ୍ଧା ସମାପ୍ତ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ପରିଶେଷରେ କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Ranjan kumar raout reporter

Leave a Reply

Your email address will not be published. Required fields are marked *