ରାୟଗଡ଼ାରେ ପହେଲଗାଁଓ ନରସଂହାର ଘଟଣା ପ୍ରତିବାଦରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ରାୟଗଡ଼ା- ତା୨୪.୪.୨୫ ପହେଲଗାଁଓ ଠାରେ ହିନ୍ଦୁ ପର୍ଯ୍ୟଟକଙ୍କ ହତ୍ୟା ପ୍ରତବାଦରେ ଏକ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି।ରାୟଗଡ଼ା ସହର ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ଶ୍ରୀନଗର ପହେଲଗାଁଓ ରେ ହୋଇଥିବା ହିନ୍ଦୁ ମାନଙ୍କ ଉପରେ ଅତ୍ଯାଚାର ଓ ହତ୍ଯା ଘଟଣା ବିରୁଦ୍ଧରେ ପ୍ରତିବାଦ କରି ଏକ ବିରାଟ ଗଣ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।ଶୋଭାଯାତ୍ରାରେ ୨୦୦ରୁ ଅଧିକ ମଟରସାଇକେଲଧାରୀ ସନ୍ତ୍ରାସବାଦ ଓ ପାକିସ୍ଥାନ ମୁର୍ଦ୍ଦାବାଦ ନାରା ଦେଇ ନଗର ପରିକ୍ରମା କରି ଜିଲ୍ଲା ପାଳଙ୍କ କାର୍ଯ୍ଯାଳୟ ଅଭିମୁଖେ ଯାଇଥିଲେ। ହିନ୍ଦୁ, ହିନ୍ଦୁ ଭାଇ ଭାଇ, ହିନ୍ଦୁ ଏକତା ଜିନ୍ଦାବାଦ, ଦେଶ ବିରୋଧି ରୋହିଙ୍ଗିଆ ଭାରତ ଛାଡି ଚାଲିଯାଅ, ହିନ୍ଦୁ ଅତ୍ଯାଚାର ଚଳିବ ନାହିଁ, ଯଦି ଚଳିବ, ଲଢେଇ ହେବ ଧ୍ବନିରେ ସହର ପ୍ରକମ୍ପିତ ହେଉଥିଲା। ଶୋଭାଯାତ୍ରା ସମୟରେ ଜନ ସାଧାରଣ ସ୍ୱ ଇଛାରେ ସାମିଲ ହୋଇ ଜିଲ୍ଲାପାଳଙ୍କୁ ହିନ୍ଦୁଙ୍କ ସୁରକ୍ଷା ନିମନ୍ତେ ମୁଖ୍ଯ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଆୟୋଜିତ ପଥ ପ୍ରାନ୍ତ ସଭାରେ ସନ୍ତ୍ରାସବାଦର ମୂଳୋତ୍ପାଟନ ପାଇଁ ନାରା ଦେଇ ସନାତନୀ ହିନ୍ଦୁ ଭାଇ ଭଉଣୀ ମାନେ ଭାରତୀୟତାର ଜୟଗାନ କରିଥିଲେ। କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର କର୍ମକର୍ତ୍ତା , ବିଶ୍ବ ହିନ୍ଦୁ ପରିଷଦ ସଦସ୍ଯ, ବଜରଂଗ ଦଳ କର୍ମକର୍ତ୍ତାଗଣ, ସକ୍ଷମ, ଏକଲ,ଶିଶୁମନ୍ଦିର, ବିବେକାନନ୍ଦ ବିଦ୍ଯା ମନ୍ଦିର ଗୁରୁଜୀଗଣ, ମହିଳାମୋର୍ଚ୍ଚା, ଭା.ଜ.ପା ର ଦେଶପ୍ରେମୀ ଭାଇ ଭଉଣୀ ଇତ୍ୟାଦି ଦେଶଭକ୍ତ ହିନ୍ଦୁ ସନାତନୀ ସମୂହ ଯୋଗଦାନ କରି କାର୍ଯ୍ୟକ୍ରମ ସଫଳ କରାଇ ଥିଲେ। ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଖବର ସଂଗ୍ରହ କରୁଥିବା ବେଳେ ଆରକ୍ଷୀ ଭାଇ ମାନେ ଶାନ୍ତି ଶୃଙ୍ଖଳା ନିମନ୍ତେ ନିଜର କର୍ତ୍ତବ୍ଯ ସଂପାଦନ କରିଥିଲେ।

ରାୟଗଡା ରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *