ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର – ପ୍ରାଚୀ ନଦୀ ପରିକ୍ରମା ଫେବୃଆରୀ ୧୦ ତାରିଖ ଅପରାହ୍ନ ୩ ଟା ସମୟରେ ଶ୍ରୀ ଅନ୍ଧକପିଳେଶ୍ବର ମନ୍ଦିର,କପିଳେଶ୍ବରପୁର, ଅଡ଼ଶପୁର ଠାରୁ ପ୍ରାଚୀ ପରିକ୍ରମା ପଦଯାତ୍ରା ଆରମ୍ଭ ହେବ। ଓଡିଶା ରବରେଣ୍ୟ ସନ୍ଥବୃନ୍ଦ ପ୍ରାଚୀ ନଦୀ କୂଳରେ ଅବସ୍ଥିତ ଦ୍ବାଦଶ ମାଧବ, ଦ୍ବାଦଶ ମଠ, ଦ୍ବାଦଶ ଋଷିଙ୍କଆଶ୍ରମ, ଦ୍ବାଦଶ ଶକ୍ତିପୀଠ, ଦ୍ବାଦଶ ଶମ୍ଭୁ ତଥା ଅନେକ ତୀର୍ଥକ୍ଷେତ୍ର ପରିକ୍ରମା କରିବେ। ଅବକ୍ଷୟମୁଖୀ ନଦୀ ମାତୃକାର ପୁନରୁଦ୍ଧାର ଉଦ୍ଦେଶ୍ୟରେ ୨୦୧୨ ମସିହା ଠାରୁ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ଙ୍କ ମାର୍ଗଦର୍ଶନ ଓ ପ୍ରେରଣା ରେ ଆୟୋଜିତ ପ୍ରାଚୀ ପରିକ୍ରମା ପଦଯାତ୍ରା ଓ ପ୍ରାଚୀ ନଦୀ ପୁନରୁଦ୍ଧାର ଦିଗରେ ଜନଜାଗରଣ ଆଣିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ । ଫେବୃଆରୀ ୧୦ ତାରିଖ ପଦଯାତ୍ରୀ ମାନେ ରାଧାକାନ୍ତ ମଠ, ନୂଆଗାଁ, ଫେବୃଆରୀ ୧୧ତାରିଖ ଦିନ ଶ୍ରୀମାଧବାନନ୍ଦ ମନ୍ଦିର, ମାଧବ, ୧୨ ତାରିଖ ଦିନ ଦେଉଳି ମଠ, କାକଟପୁର ,୧୩ ତାରିଖ ଦିନ କେଲୁଣି ମୁଁହାଣ ଓ କେଉଟଜଙ୍ଗା, ୧୪ ତାରିଖରେ ପ୍ରାଚୀ ଗୁରୁ ଧର୍ମ କ୍ଷେତ୍ର,ନୂଆମଠ, ନୟାହାଟ, ୧୫ ତାରିଖ ଶ୍ରୀ ବୁଦ୍ଧିକେଶ୍ବର ମନ୍ଦିର, ଦେଉଳିଧରପୁର, ଠାରେ ରାତ୍ରିଯାପନ କରିବେ। ୧୬ ତାରିଖ ଦିନ ଶ୍ରୀ ଅନ୍ଧକପିଳେଶ୍ବର ମନ୍ଦିର, କପିଳେଶ୍ୱରପୁରଠାରେ ପୂର୍ଣ୍ଣାହୂତି ଦିଆଯିବ। ୧୦ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ପ୍ରାଚୀ ନଦୀ ଆଳତୀ ଅନୁଷ୍ଠିତ ହେବ ବୋଲି ସ୍ବାମୀ ଶୁଦ୍ଧାନନ୍ଦ ଗିରି ଓ ସ୍ବାମୀ ସମର୍ପଣାନନ୍ଦ ଗିରି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ରିପୋର୍ଟ- ବିଜୟ ନନ୍ଦ, ଭୁବନେଶ୍ୱର।