ସାମ୍ବାଦିକ ସମ୍ମିଳନୀ

ବ୍ରହ୍ମପୁର 29-06-2025* ଓଡ଼ିଶାରେ ବିଜେପି ଶାସନ ବ୍ୟବସ୍ଥାରେ ଆଇନ ଶୃଙ୍ଖଳା ଭୁଶୁଡି ଯାଇଛି, ମୁଖ୍ୟତଃ ଗଞ୍ଜାମ ଜିଲ୍ଲାରରେ ଗୋପାଳପୁର ଗଣ ଦୁଷ୍କର୍ମ, ବ୍ରହ୍ମପୁରରେ ନାବାଳିକା ଆଦିବାସୀ ଝିଅକୁ ନକଲି ଡାକ୍ତରର ଦୁଷ୍କର୍ମ ଏବଂ ଧରାକୋଟ ବ୍ଲକରେ ଦଳିତଙ୍କ ଉପରେ ଗୋରକ୍ଷା ନାମରେ ବଜରଙ୍ଗ ଦଳର ଗୁଣ୍ଡାବାହିନୀଙ୍କ ଅମାନୁଷିକ ଅତ୍ୟାଚାର ସାରା ଦେଶରେ ଚର୍ଚ୍ଚା ହୋଇ ଓଡ଼ିଶାବାସୀଙ୍କ ମୁଣ୍ଡ ଲଜ୍ୟାରେ ତଳକୁ ହୋଇ ଯାଇଛି କହିଛନ୍ତି, ଦୁଇ ଦିନିଆ ଗଞ୍ଜାମ ଗ୍ରସ୍ତରେ ଆସି “ଆପ୍” ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର l ସମ୍ବିଧାନ ହତ୍ୟା ଦିବସ ପାଳନ କରୁଥିବା ମୋଦୀ ସରକାର ନିଜେ ପ୍ରତିଦିନ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ କରି, ବିରୋଧଙ୍କୁ ଜେଲରେ ଭର୍ତ୍ତି କରି ସମ୍ବିଧାନକୁ ହତ୍ୟା କରୁଛି l ଓଡ଼ିଶା ସରକାର କମ୍ପାନୀ ସ୍ୱାର୍ଥରେ ଆଦିବାସୀଙ୍କ ଆନ୍ଦୋଳକୁ ଦମନ କରି ଖଣି, ପାଣି, ନଦୀ ଆଦି ପ୍ରାକୃତିକ ସମ୍ପଦକୁ ଶାଗ ମାଛ ଦରରେ ବିକ୍ରି କରି ଲୁଟୁଛନ୍ତି l ଚଳିତ ବର୍ଷ ରଥଯାତ୍ରାରେ ସରକାର ଏବଂ ପୋଲିସ ପ୍ରଶାସନର ଅବ୍ୟବସ୍ଥା ଅଗଣିତ ଭକ୍ତଙ୍କ ମନରେ ଆଘାତ ଦେଇଛି l ସ୍ଥାନୀୟ ଗେଟ ବଜାର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ବ୍ରହ୍ମପୁର ଏବଂ ଆସିକା ଲୋକସଭା କ୍ଷେତ୍ରର ନୂଆ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀ ଜିଲ୍ଲା ସଭାପତି ସୁବାଷ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଆଗାମୀ ଦିନରେ ସଂଗଠନକୁ ସୁଦୃଢ କରି ପଞ୍ଚାୟତ ଏବଂ ମୁନିସିପାଲିଟି ନିର୍ବାଚନ ଲଢ଼ିବାକୁ ଗୁରୁତ୍ୱ ଦିଆ ଯାଇଥିଲା l ରାଜ୍ୟ ସାଙ୍ଗଠନିକ ସମ୍ପାଦକ ସନ୍ଦୀପ୍ତ ଦାସ ଏବଂ କଲ୍ୟାଣ ଆନନ୍ଦ ସଂଗଠନ ନିର୍ମାଣ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ ସଭା ପରିଚାଳନା କରିଥିଲେ l ଜିଲ୍ଲାରରେ ଗୋପାଳପୁର ଗଣ ଦୁଷ୍କର୍ମ, ବ୍ରହ୍ମପୁରରେ ନାବାଳିକା ଆଦିବାସୀ ଝିଅକୁ ନକଲି ଡାକ୍ତରର ଦୁଷ୍କର୍ମ ଏବଂ ଧରାକୋଟ ବ୍ଲକରେ ଦଳିତଙ୍କ ଉପରେ ଗୋରକ୍ଷା ନାମରେ ବଜରଙ୍ଗ ଦଳର ଗୁଣ୍ଡାବାହିନୀଙ୍କ ଅମାନୁଷିକ ଅତ୍ୟାଚାର ସାରା ଦେଶରେ ଚର୍ଚ୍ଚା ହୋଇ ଓଡ଼ିଶାବାସୀଙ୍କ ମୁଣ୍ଡ ଲଜ୍ୟାରେ ତଳକୁ ହୋଇ ଯାଇଛି କହିଛନ୍ତି, ଦୁଇ ଦିନିଆ ଗଞ୍ଜାମ ଗ୍ରସ୍ତରେ ଆସି “ଆପ୍” ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର l ସମ୍ବିଧାନ ହତ୍ୟା ଦିବସ ପାଳନ କରୁଥିବା ମୋଦୀ ସରକାର ନିଜେ ପ୍ରତିଦିନ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ କରି, ବିରୋଧଙ୍କୁ ଜେଲରେ ଭର୍ତ୍ତି କରି ସମ୍ବିଧାନକୁ ହତ୍ୟା କରୁଛି l ଓଡ଼ିଶା ସରକାର କମ୍ପାନୀ ସ୍ୱାର୍ଥରେ ଆଦିବାସୀଙ୍କ ଆନ୍ଦୋଳକୁ ଦମନ କରି ଖଣି, ପାଣି, ନଦୀ ଆଦି ପ୍ରାକୃତିକ ସମ୍ପଦକୁ ଶାଗ ମାଛ ଦରରେ ବିକ୍ରି କରି ଲୁଟୁଛନ୍ତି l ସ୍ଥାନୀୟ ଗେଟ ବଜାର ସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ବ୍ରହ୍ମପୁର ଏବଂ ଆସିକା ଲୋକସଭା କ୍ଷେତ୍ରର ନୂଆ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀ ଜିଲ୍ଲା ସଭାପତି ସୁବାଷ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଆଗାମୀ ଦିନରେ ସଂଗଠନକୁ ସୁଦୃଢ କରି ପଞ୍ଚାୟତ ଏବଂ ମୁନିସିପାଲିଟି ନିର୍ବାଚନ ଲଢ଼ିବାକୁ ଗୁରୁତ୍ୱ ଦିଆ ଯାଇଥିଲା l ରାଜ୍ୟ ସାଙ୍ଗଠନିକ ସମ୍ପାଦକ ସନ୍ଦୀପ୍ତ ଦାସ ଏବଂ କଲ୍ୟାଣ ଆନନ୍ଦ ସଂଗଠନ ନିର୍ମାଣ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ ସଭା ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀନିବାସ ରେଡ୍ଡୀ, ଜିଲ୍ଲା ଯୁବ ସଭାପତି ନୀଳକଣ୍ଠ ରେଡ୍ଡୀ, ଆଡ଼ଭୋକେଟ କୈଳାଶ ସେଠୀ, ଗଜପତି ଜିଲ୍ଲା ଆବାହକ ଶିଶିର ଭଞ୍ଜସାମନ୍ତ, ପଦ୍ମନାଭ ମହାରଣା,ଧୀରେନ୍ଦ୍ର ସାବତ, ଭଜରାମ ସାବତ,ରତିକାନ୍ତ ନାୟକ, ଅଜାମ୍ବିଳ ବିଶ୍ୱାଳ, ରଣଜିତ ତ୍ରିପାଠୀ, ଶ୍ୟାମଘନ ଗୌଡ଼, ମହମଦ ସରିଫ,ଶୈଳବାଳା ପଣ୍ଡା, ସତୀଶ ପାତ୍ର, ଗୌରାଙ୍ଗ ଦାସ, ପ୍ରଦୀପ ଚୌଧୁରୀ ଶିବ କୁମାର କରାଡ଼େ, ହିମାଂଶୁ ସାହୁ,ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l