ତିର୍ତ୍ତୋଲ କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

– ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କବିତା ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବହୁ ଯୁବ ହିମାଂଶୁ ମାଲ୍ଲିକ ଆଗାମୀ 2024 ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଆଶା ବାନ୍ଧିଥିବା ଦେଖାଯାଇଛି । ତେଣୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ 61 ଟି ପଂଚାୟତ ରହିଛି ଓ ବିରିଡି, ରଘୁନାଥପୁର ଓ ତିର୍ତ୍ତୋଲ 3ଟି ବ୍ଲକ ରହିଛି । ଏହି ସାମ୍ବାଦିକ ସମ୍ମିଳନୀର ମୂଳ ଲକ୍ଷ୍ୟ ଯେ ଆସନ୍ତା 10 ତାରିଖ ଠାରୁ ଯୁବ ନେତା ଇଂ ହିମାଂଶୁ ମାଲ୍ଲିକ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର 61 ଟି ପଂଚାୟତ ରେ ସିଧାସଳଖ ସାଧାରଣ ଲୋକଙ୍କୁ ଭେଟିବା ସହିତ ବିଭିନ୍ନ ପଂଚାୟତ ରେ ରାତ୍ରି ଯାପନ କରିବେ । ଯାହା ଦ୍ୱାରା ସକାଳେ ଗାଁ ଛକ ରେ ଥିବା ଚା ଖଟି, ଓ ଗ୍ରାମବାସୀ ଙ୍କ ବୈଠକ କରିବା ସହିତ ମାଆ ମାନଙ୍କର ଆଶୀର୍ବାଦ ଭିକ୍ଷା କରିବେ । ତେବେ 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସେ 61ଟି ପଂଚାୟତ ରେ 61 ଦିନ ଲୋକଙ୍କ ସହିତ ଜଡିତ ରହି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ ବୋଲି କହିଛନ୍ତି । ଏହା ସହିତ ସଂକଳ୍ପ ପତ୍ର ର ଉନ୍ମୋଚନ କରାଯାଇଛି ।
ଜଗତସିଂହପୁର ରୁ ରୀତା ସାହୁ
Reporter