ଚୋରି ଘଟଣାକୁ ନେଇ ବାଣପୁର ଥାନାରେ ପ୍ରେସମିଟ

ଚୋରି ଘଟଣାକୁ ନେଇ ବାଣପୁର ଥାନାରେ ପ୍ରେସମିଟ l
ବାଣପୁର ଅଞ୍ଚଳରେ ଚୋରି ଘଟଣା ରେ ଚାରିଜଣ ଗିରଫ କରି କୋର୍ଟ ଚାଲାଣ କରିଛି ବାଣପୁର ପୋଲିସ l ପୂର୍ବରୁ ବହୁବାର ସିରିଏଲ ଚୋରି କରି ଖସିଯିବାରେ ସଫଳ ହେଉଥିଲେ ଚୋର ଗ୍ୟାଙ୍ଗ, ବାଣପୁର ପୋଲିସକୁ କରିଥିଲେ କଡା ଚାଲେଞ୍ଜ ଦେଇ ଆଖିରେ ଧୂଳି ଦେଇ ଖସିଯିବାରେ ବାରମ୍ବାର ହେଉଥିଲେ ସଫଳ l ଏସବୁ ଘଟଣାକୁ ନେଇ ବାଣପୁର ଅଞ୍ଚଳରେ କୋକୁଆ ଭୟର ବାତାବରଣ ଖେଳିଯାଇଛି l ଘରୁ ବାହାରକୁ କୌଣସି କାମରେ ଯିବାକୁ ଯିବାକୁ ହେଲେ ସତର୍କତା ସହିତ ଯିବାକୁ ପଡୁଥିଲା l ତଥାପି ଆହୁରି କିଛି ଚୋରଙ୍କୁ ଧରିପାରିନାହଁ ପୋଲିସ, ତଦନ୍ତ ଅବ୍ୟାହତ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ,SP ସାଗରୀକା ନାଥଙ୍କ ନିର୍ଦେଶ କ୍ରମେ ବାଲୁଗାଁ SDPO ସଞ୍ଜୟ ପଟ୍ଟନାୟକଙ୍କ ସମ୍ପୂର୍ଣ ତତ୍ୱାବଧାନରେ ବାଣପୁର IIC ରମେଶ ଦେବତା ଓ ତାଙ୍କ ପୋଲିସ ଦଳ ମିଳିତ ଭାବେ ଗଠନ କରି ଚୋର ଦଳଙ୍କ ଧରିବାରେ କିଛି ମାତ୍ରା ରେ ସଫଳହୋଇ ତିନି ଜଣ ଚୋର ସମେତ ଜଣେ ଗ୍ରାହକଙ୍କୁ ଗିରଫ କରିବାରେ ସଫଳ ହୋଇଛି l ସେମାନଙ୍କ ଠାରୁ ତିନୋଟି ବାଇକ,ହୁଣ୍ଡା ସାଇନ ଏକ ନମ୍ବର OD 33D/2165,ୟାମଳ R15OD/02CA,ହିରୋ ସିଡ଼ିଦିଲକ୍ସ OD02BH/1866,ଗୋଟିଏ del କମ୍ପାନୀର ଲ୍ୟାପଟ ଏବଂ ତାସହିତ କ୍ୟାରିବ୍ୟାଗ ଓ ଚାର୍ଜର, କଳା କ୍ୟାରିବ୍ୟାଗ, ମୋବାଇଲ ଚାରୋଟି, କ୍ୟାମେରା ଦୁଇଟା, ଜିପିଏସ ନାଭିଗେଶନ କମ୍ପାସ, କୋମ୍ପୁଟର ମାଉସୀ ଗୋଟିଏ, ହେଡ଼ଫୋନ ଗୋଟିଏ, USB ଗେମ ପ୍ୟାଡ଼ ଗୋଟିଏ, ରୁପା ପାଉଁଜି ନଅ ହଳ, ରୁପା ଗୋଡ଼ ମୁଦି ଗୋଟିଏ, ମଙ୍ଗଳସୂତ୍ର ଗୋଟିଏ, ସୁନା ମୁଦି ଛଅ ଟି, ସିସି ଟିଭି କେବୁଲ ଶହ ଚାରୋଟି, ଇଲେଟ୍ରି ଏକ୍ସଟେନଶନ ବୋର୍ଡ ତିନୋଟି, ହୋମ ଥିଏଟର ଗୋଟିଏ,ମୁନିଆ ଡ୍ରିଲିଙ୍ଗ ରଡ଼ ଗୋଟିଏ, ଲୁହା ହାତୁଡି ଦୁଇଟା, ପେଚକେଶ ଦୁଇଟା, ଓୟାରକଟର ଦୁଇଟା,ଜବତ କରାଯାଇଛି l
ଚିଲିକା, ବାଣପୁର ରୁ ବିରଞ୍ଚି ନାରାୟଣ ପ୍ରଧାନ ତୀର୍ଥକ୍ଷେତ୍ର live