ପ୍ରେସ୍ ବିବୃତ୍ତି
ପ୍ରେସ୍ ବିବୃତ୍ତି ଜଳସମ୍ପଦ ବିଭାଗ ଜଳ ସମ୍ପଦ ବିଭାଗର ଖର୍ଚ୍ଚ ସମୀକ୍ଷା କଲେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ l ଭୁବନେଶ୍ଵର, ୧୬/୧୧/୨୦୨୪ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ରାଜୀବ ଭବନ ସ୍ଥିତ କାର୍ଯ୍ୟାଳୟ ଠାରେ ବିଭାଗର ବ୍ୟୟ ସ୍ଥିତି ସମୀକ୍ଷା କରିଛନ୍ତି lଉଭୟ ଆଭାସୀ ଏବଂ ବ୍ୟକ୍ତିଗତ ଉପସ୍ଥିତି ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ, ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀମାନେ ଯୋଗ ଦେଇଥିଲେ।ଦକ୍ଷ ଆର୍ଥିକ ପରିଚାଳନା, ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ଵୟନ ଏବଂ ଆବଣ୍ଟିତ ବଜେଟର ପ୍ରଭାବଶାଳୀ ଉପଯୋଗ ଉପରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ବିନା ବିଳମ୍ବରେ କାର୍ଯ୍ୟ ଅନୁସାରେ ଅର୍ଥ ବିତରଣ ଓ ଉପଯୋଗ ସୁନିଶ୍ଚିତ କରିବା ପାଇଁ ନଗଦ ପରିଚାଳନା ବ୍ୟବସ୍ଥାକୁ ଅନୁସରଣ କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ । ବଜେଟ୍ ଖର୍ଚ୍ଚ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହ ପ୍ରକଳ୍ପ କାର୍ଯ୍ୟକାରିତାରେ ପ୍ରତିବନ୍ଧକ ଦୂର କରିବା ଏବଂ ଅର୍ଥ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ଏବଂ ସୁନିଶ୍ଚିତ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ । ଅର୍ଥ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଶେଷ ସୁଦ୍ଧା ୬୦% ଖର୍ଚ୍ଚ ସୁନିଶ୍ଚିତ କରିବାକୁ ସେ ଅଧିକାରୀ ଏବଂ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ପଠାଣି ରାଉତ ସୂଚନା ଅଧିକାରୀ