ପ୍ରେସ ନୋଟପୁରୀ ପୋଲିସ

ପୁରୀ ପୋଲିସ ଦ୍ୱାରା ସମୁଦ୍ରକୁଳ ଓ ସିଟି ରୋଡ ପାର୍କିଂ ମୁକ୍ତ*ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଓ ପ୍ରଯ୍ୟଟକ ପୁରୀକୁ ଦର୍ଶନ ଓ ବୁଲିବା ପାଇଁ ଆସୁଛନ୍ତି । ବିଶେଷକରି CT ରୋଡ୍ ଓ ସମୁଦ୍ର କୂଳ ରୋଡରେ ଯାତାୟାତ ଜାମ ହେବା ଏକ ଗମ୍ଭୀର ସମସ୍ୟା ଭାବରେ ଦେଖା ଦେଇଥାଏ । ଏହା ଦର୍ଶନାର୍ଥୀ ଓ ସ୍ଥାନୀୟ ନାଗରିକଙ୍କ ପାଇଁ ଗମନା ଗମନ ପାଇଁ ଅସୁବିଧା ସୃଷ୍ଟି କରୁଥିଲା ଏହା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନିତ ଅଗ୍ରୱାଲ ଙ୍କ ନିର୍ଦେଶ କ୍ରମେ ଏହି ପରିସ୍ଥିତିକୁ ଦୂର କରିବା ପାଇଁ ପୁରୀ ପୋଲିସ ବିଶେଷ ପଦକ୍ଷେପ ଗ୍ରହଣ karichhi ।ରୋଡ ଉପରେ ଗାଡି ରାଖିବା ଉପରେ କଡା କାର୍ଯ୍ୟାନୁଷ୍ଠାନ:CT ରୋଡ୍ ଓ ସମୁଦ୍ର କୂଳ ରୋଡ ଉପରେ ଯେଉଁମାନେ ଅନଧିକୃତ ଭାବରେ ଗାଡି ରାଖିବେ, ସେମାନଙ୍କ ଉପରେ ଅର୍ଥଦଣ୍ଡ ଲାଗୁ ହେବ ଓ ଗାଡି ଅପସାରଣ କରାଯିବ । ଏହି ଅଞ୍ଚଳକୁ ସର୍ବଦା ଯାତାୟାତ ପାଇଁ ସମ୍ପୂର୍ଣ ରୂପେ ପାର୍କିଂ ଫ୍ରି ରଖିବା କରାଯାଇଛି ।ଉର୍ବନ ହାଟ ଏବଂ ପର୍ଯ୍ୟଟକ ବସ ନିୟମ:ଉର୍ବନ ହାଟ ଠାରେ ୭୦ ବସ ପାର୍କିଂ କରିଥାନ୍ତି ଯାହା ଯାତାୟାତ ରେ ସମସ୍ୟା ଦେଖା ଯାଏ, ଉର୍ବନ ହାଟ ନିକଟରେ ପର୍ଯ୍ୟଟକ ବସ୍ ପାର୍କିଂ ଉପରେ ପୂର୍ଣ୍ଣ ପାବନ୍ଧି ଲାଗୁ କରାଯାଇଛି । ଏବେ ରୁଟିନ୍ ଅନୁଯାୟୀ, ସମସ୍ତ ପର୍ଯ୍ୟଟକ ବସ୍ ତାଲାବାଣିଆ ପାର୍କିଂ ରେ ଯିବାକୁ ପଡ଼ିବ ଏବଂ କେବଳ ଡ୍ରପ୍ ପଏଣ୍ଟ ଭାବରେ ଉର୍ବନ ହାଟ ର ବ୍ୟବହାର କରିହେବ । ଏହି ଚିନ୍ତାଧାରାରେ ଶୃଙ୍ଖଳା ଓ ଯାତାୟାତ ସୁବିଧା ବୃଦ୍ଧି ହେବ ।୪,୦୦୦ ଟି ଅଟୋ ଚାଳକଙ୍କ ପାଇଁ ନିର୍ଦ୍ଦେଶ:CT ରୋଡ ଓ ସମୁଦ୍ର କୂଳ ରୋଡ ଅଞ୍ଚଳରେ ଚାଲୁଥିବା ୪,୦୦୦ ଅଟୋ ଚାଳକଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ରୋଡ ଉପରେ ଗାଡି ରାଖିବେ ନାହିଁ । ଅନଧିକୃତ ଅଟୋ ପାର୍କିଂ କଲେ ଦଣ୍ଡ ଓ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ସମସ୍ତଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ:ଏହି ଉଦ୍ୟମ ପୁରୀକୁ ଯାତାୟାତ ଜାମ ମୁକ୍ତ କରିବା ଓ ପର୍ଯ୍ୟଟନ ସୁବିଧା ବଢ଼େଇବା ଦିଗରେ ଏକ ଦୃଢ଼ ପଦକ୍ଷେପ । ସମସ୍ତ ଗାଡି ଚାଳକ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଏଥିପାଇଁ ସହଯୋଗ କରିବାକୁ ଆହ୍ବାନ କରାଯାଉଛି ।ପୁରୀ ପୋଲିସ ଓ ଯାତାୟାତ ବିଭାଗ ସଦା ଆପଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଛି । ଆସନ୍ତୁ ଏହି ଉଦ୍ୟମକୁ ସଫଳ କରିବାରେ ଆପଣମାନେ ସହଯୋଗ କରନ୍ତୁ ।

Leave a Reply

Your email address will not be published. Required fields are marked *