ପ୍ରେସ ୱିଜ୍ଞପ୍ତି ରଥଯାତ୍ରା – ୨୦୨୫

ପ୍ରେସ ୱିଜ୍ଞପ୍ତିରଥଯାତ୍ରା – ୨୦୨୫ ଅବସରରେ ପୁରୀ ସହରରେ ଥିବା ବଞ୍ଜାରା ଲୋକଙ୍କ ଉପରେ ଜଣସାଧାରଣର ସତର୍କତା, ପୁରୀ ପୋଲିସଙ୍କ ପକ୍ଷରୁ ଯାଞ୍ଚ ଅଭିଯାନପ୍ରତି ବର୍ଷ ପୁରୀ ରଥଯାତ୍ରାକୁ ନେଇ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକ ଆସନ୍ତି । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷିତ ପରିବେଶ ନିମିତ୍ତେ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ନିଜର ସମସ୍ତ ଥାନା ଅଧୀନସ୍ଥ ସମସ୍ତ ଥାନା ଅଧିକାରୀ ବିଭିନ୍ନ ସ୍ଥାନରେ ଖୋଲା ସ୍ଥଳରେ ବସିଥିବା ବଞ୍ଜାରା ଓ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ ନଜର ଦେଉଛନ୍ତି ।ପୁରୀ ସହରର ବିଭିନ୍ନ ଖାଲି ଅଞ୍ଚଳ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ଗ୍ରାଣ୍ଡ ରୋଡ଼ ଓ ସମୁଦ୍ର କୂଳ ଅଞ୍ଚଳରେ ବଞ୍ଜାରା ଲୋକମାନେ ଖୋଲା ସ୍ଥଳରେ ବସିଛନ୍ତି ବୋଲି ପୁରୀ ପୋଲିସର ନଜର ଆସିଛି । ଏହା ଦୃଷ୍ଟିରେ ରଖି ଏବଂ ସାଧାରଣ ଜନତାର ସୁରକ୍ଷା ଓ ଆଶ୍ୱସ୍ଥିତାକୁ ପ୍ରଥମ ପ୍ରାଥମିକତା ଦେଇ, ଆଜି ପୁରୀ ଜିଲ୍ଲାର ସମସ୍ତ ଥାନା IIC ମାନେ ସେମାନଙ୍କ ଅଞ୍ଚଳ ଅନୁଯାୟୀ ବଞ୍ଜାରା ବସ୍ତି ବୁଲି ଯାଞ୍ଚ କାର୍ଯ୍ୟ କରିଛନ୍ତି।ସତର୍କତା ଓ ସୁରକ୍ଷା ଉଦ୍ଦେଶ୍ୟରେ ବୃହତ ଯାଞ୍ଚ କାର୍ଯ୍ୟଏହି ଯାଞ୍ଚ କାର୍ଯ୍ୟ ଅନ୍ତର୍ଗତ ରୂପେ ବଞ୍ଜାରା ଲୋକମାନଙ୍କ ଭାରତୀୟ ନାଗରିକତା, ଭାରତର ଅନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତି ବିଶେଷ, ଅସ୍ଥାୟୀ ଆସ୍ଥାନ ବିଷୟରେ ଯାଞ୍ଚ, ଆଧାର କାର୍ଡ/ଭୋଟର୍ ID/ଯାତ୍ରୀ ଚିହ୍ନ ପତ୍ର ଯାଞ୍ଚ କରାଯାଇଛି । ଯାଞ୍ଚ ଦ୍ୱାରା ଯେଉଁମାନେ ସନ୍ଦିଗ୍ଧ ଓ ଅସ୍ପଷ୍ଟ ତଥ୍ୟ ଦେଉଛନ୍ତି, ସେମାନଙ୍କ ଉପରେ ନିକଟର ଥାନାରେ ଅନୁସନ୍ଧାନ ଚାଲିଛି ।ପୁରୀ ପୋଲିସ ଏହି ଅଭିଯାନ ମାଧ୍ୟମରେ ଶାନ୍ତି ପୂର୍ଣ୍ଣ ରଥଯାତ୍ରା ବ୍ୟବସ୍ଥାପନା ପାଇଁ ପ୍ରତିବଦ୍ଧ । ଜନସାଧାରଣ ମଧ୍ୟ ଏହି ଅଭିଯାନକୁ ସ୍ୱାଗତ କରି ନିଜ ଅଞ୍ଚଳରେ ସନ୍ଦିଗ୍ଧ ବ୍ୟକ୍ତି ବା ଅପରିଚିତ ଲୋକଙ୍କ ବିଷୟରେ ଥାନାକୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଛି।ଉଦ୍ଦେଶ୍ୟ:🔹 ରଥଯାତ୍ରା ପୂର୍ବରୁ ସମସ୍ତ ବିଭାଗ ଏବଂ ଅଞ୍ଚଳରେ ସୁରକ୍ଷା ଦୃଢ କରିବା।🔹 ବଞ୍ଜାରା ଓ ଅସ୍ଥାୟୀ ଅତିଥିମାନଙ୍କ ଉପରେ ଯଥାୟଥ ନିୟନ୍ତ୍ରଣ।🔹 ସନ୍ଦିଗ୍ଧ କାର୍ଯ୍ୟକଳାପକୁ ରୋକିବା।🔹 ଜନସାଧାରଣର ସହଯୋଗ ଦ୍ୱାରା ଶାନ୍ତି ପୂର୍ଣ୍ଣ ରଥଯାତ୍ରା ପାଳନ ସମ୍ଭବ।ପୁରୀ ପୋଲିସ ତରଫରୁ ଜଣସାଧାରଣଙ୍କୁ ଅନୁରୋଧ:ଯଦି ଆପଣ ନିଜ ଅଞ୍ଚଳରେ କୌଣସି ଅପରିଚିତ ବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିବେ, ଦୟାକରି ନିକଟସ୍ଥ ଥାନାକୁ ତୁରନ୍ତ ସୂଚନା ଦିଅନ୍ତୁ । ଆପଣଙ୍କର ସହଯୋଗ ଆମ ପାଇଁ ଅତ୍ୟନ୍ତ ମୂଲ୍ୟବାନ।

Leave a Reply

Your email address will not be published. Required fields are marked *