ସ୍କୁଲରେ ପଡିଲା ତାଲା : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସରକାରଙ୍କ ମିଥ୍ୟା ପ୍ରତିଶୃତିକୁ ଭର୍ଷନା କରିବା ସହିତ ୩ ଦଫା ଦାବି ପୂରଣ କରାନଗଲେ ଆଜୀଠା ରୁ ଆଗାମି ସବୁଦିନ ପାଇ ସମସ୍ତ ବିଦ୍ୟାଳୟରେ ତାଲା ଝୁଲିବ ଚେତାବନି ଦିଆଯାଇଛି । ଦାବୀ ପୂରଣ ପାଇଁ ଆଜକୁ 5 ମ ଦିନରେ ପ୍ରତୀକାତ୍ମକ ଧାରଣା ଦେଇଥିଲେ । ଉକ୍ତ ଧାରଣା ଧାରାବାହିକ ଭାବେ ଦାବୀ ହାସଲ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି । ଏଠାରେ ସୂଚନା ଥାଉକି, ଗତ ଅଗଷ୍ଟ ମାସ ୧୬ ତାରିଖରେ ହେବାକୁ ଥିବା ମାସ ଲିଭ୍ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶୃତି ପରେ ସ୍ଥଗିତ ଥିଲା । ମାତ୍ର ସରକାର ପୂନର୍ବାର ପ୍ରତାରଣା କରିଥିବା ନେଇ ଫେଡେରେସନ୍ ପକ୍ଷରୁ ଆଜିଠାରୁ ଚାନ୍ଦବାଲି ବ୍ଲକ ରେ 245 ଇସ୍କୁଲ ଆଜି ଠାରୁ ତାଲା ପଡିବା ସହିତ ରାଜ୍ୟବ୍ୟାପୀ ଇସ୍କୁଲ ଗୁଡିକରେ ତାଲା ପକାଇ ଆନ୍ଦୋଳନ କରାଯାଇଛି । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ କରିବା, କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷାକର୍ମୀ ଓ ଶିକ୍ଷାସହାୟିକାମାନଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବୁଲ୍-୯ ଗ୍ରେଡ୍ ପେ ୪୨00 ଅନୁଯାଇ ପ୍ରଦାନ କରିବା ଏବଂ ନୂତନ ପେନ୍ସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନ୍ସେନ୍କୁ ପୂନଃ ପ୍ରଚଳନ କରିବା ଆଦି ଦାବୀ କରାଯାଇଛି ।ଏହି ଆନ୍ଦୋଳନ କୁ ନେଇ ଆମେ ଚନ୍ଦବାଲି ବ୍ଲକ ରେ କିଛି ଇସ୍କୁଲ ବୁଲି ଦେଖିବା ସହିତ ଅବିବାହାକ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଙ୍କୁ ପଚାରିଥିଲୁ ।
