ନିମାପଡ଼ା ବ୍ଲକ ରେ ପ୍ରାଥମିକ ବିଦ୍ୟାଳୟ ରେ ଝୁଲୁଛି ତାଲା ଶିକ୍ଷାଦାନ ଠପ୍,ଶିକ୍ଷକ ଅନସନ ରେ !

ସାରା ଓଡ଼ିଶାରେ ପ୍ରାଥମିକ ଶିକ୍ଷକ ଙ୍କ ଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ ରୁ ବଞ୍ଚିତ । ଦୀର୍ଘ ଦୁଇ ବର୍ଷ ମହାମାରୀ କରୋନା ପାଇଁ ଶିକ୍ଷା ଗ୍ରହଣ ରୁ ବଞ୍ଚିତ ହୋଇ ଏଇ କେଇ ମାସ ଶିକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶିକ୍ଷକ ମାନଙ୍କ ଗଣ ଧାରଣା ପ୍ରାଥମିକ ଶିକ୍ଷା କୁ ଦୋହଲାଇ ଦେଇଛି ।ନିମାପଡ଼ା ବ୍ଲକ ର ସମସ୍ଥ ଶିକ୍ଷକ ଶିକ୍ଷୟତ୍ରୀ 3 ଦଫା ଦାବି ନେଇ ସଭାପତି ସୀମାନ୍ତ ଶେଖର ରଥ ଙ୍କ ନେତ୍ରୁତ୍ଵ ରେ ନିମାପଡ଼ା ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ରେ ବସିଛନ୍ତି।ସଭାପତି ଶ୍ରୀଯୁକ୍ତ ରଥ ଙ୍କ କହିବା କଥା ସରକାର ଯଦି ସେମାନଙ୍କ ର ଦାବି ପୂରଣ ନ କରନ୍ତି ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସମୂହ ଛୁଟି ରେ ଯିବା ସହିତ ସମସ୍ତ ପ୍ରାଥମିକ ବିଦ୍ୟାଳୟ ରେ ତାଲା ଝୁଲିବ ବୋଲି ଶିକ୍ଷ କ ନେତା ଶ୍ରୀଯୁକ୍ତ ରଥ ଚେତାବନୀ ଦେଇଛନ୍ତି। ଜେଉଦିନ ପର୍ଯ୍ୟନ୍ତ ସରକାର ଶିକ୍ଷକ ମାନଙ୍କ ଦାବି ପୂରଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ଅନଶନ ଚାଲୁ ରହିବ ବୋଲି ଶ୍ରୀଯୁକ୍ତ ରଥ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *