ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନ ପାଇଁ ପ୍ରଥମ ବନ୍ଦେ ଭାରତ ଟ୍ରେନର କଲେ ଶୁଭାରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜସ୍ଥାନର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ର ଶୁଭାରମ୍ଭ କରିଛନ୍ତି । ସେ ସବୁଜ ପତାକା ଦେଖାଇ ଦେଶର ୧୫ ତମ ଓ ରାଜସ୍ଥାନ ପାଇଁ ପ୍ରଥମ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମା ଭାରତୀଙ୍କ ବନ୍ଦନା କରୁଥିବା ରାଜସ୍ଥାନର ମାଟିକୁ ଆଜି ପ୍ରଥମ ବନ୍ଦେ ଭାରତ ଟ୍ରେନ ମିଳିଛି । ଦିଲ୍ଲୀ କ୍ୟାଂଟ ଓ ଆଜମେର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବା ଦ୍ୱାରା ଜୟପୁର ଓ ଦିଲ୍ଲୀ ମଧ୍ୟରେ ଯିବା ଆସିବା ସୁବିଧା ହେବ । ଏହି ଟ୍ରେନ ରାଜସ୍ଥାନରେ ପର୍ଯ୍ଯଟନକୁ ବଢାଇବାରେ ସହାୟତା କରିବ । ଏହି କାର୍ଯ୍ୟକ୍ରମରେ ଜୟପୁର ଠାରେ କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ ।