ଘରୋଇ ବିଦ୍ଯାଳୟ ମହାସଂଘର ବିଦ୍ଯାଳୟ ବନ୍ଦ ଡାକରା

ଘରୋଇ ବିଦ୍ଯାଳୟ ମହାସଂଘର ବିଦ୍ଯାଳୟ ବନ୍ଦ ଡାକରା ରେ ନୟାଗଡ଼ ଜିଲ୍ଲାର ସମସ୍ତ ଘରୋଇ ବିଦ୍ଯାଳୟ ବନ୍ଦ।। ସମଗ୍ର ଓଡିଶା ରାଜ୍ଯ ଘରୋଇ ବିଦ୍ୟାଳୟ ମହାସଂଘ ଡାକରାରେ ନୟାଗଡ଼ ଜିଲ୍ଲାର ସମସ୍ତ ଘରୋଇ ବିଦ୍ଯାଳୟ ଆଜି ବନ୍ଦ ରହିଛି। ଘରୋଇ ବିଦ୍ଯାଳୟ ପ୍ରତି ରାଜ୍ଯ ସରକାରଙ୍କର ବୈମାତୃକ ମନୋଭାବ, ମନମୁଖୀ କାର୍ଯ୍ୟକ୍ରମ ଓ ଘରୋଇ ବିଦ୍ଯାଳୟ ମାରଣ ନୀତି ବିରୁଦ୍ଧରେ ଅଲ ଓଡିଶା ପ୍ରାଇଭେଟ ସ୍କୁଲ ଆସୋସିଏସନ ତରଫରୁ ଭୁବନେଶ୍ୱର ଲୋୟର ପିଏମଜି ଠାରେ ରାଜ୍ଯ ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଘରୋଇ ବିଦ୍ଯାଳୟର ୦୪ ଦଫା ସମ୍ବଳିତ ଏକ ଦାବିପତ୍ର ନେଇ ନୟାଗଡ଼ ଜିଲ୍ଲାର ଘରୋଇ ବିଦ୍ଯାଳୟ ମହାସଂଘର କାର୍ଯ୍ଯକର୍ତ୍ତା ମାନେ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର ଦେବା ସହିତ ଭୁବନେଶ୍ୱର ଲୋୟର ପି ଏମ ଜି ରେ ଅନୁଷ୍ଠିତ ସାମୁହିକ ଧାରଣା ରେ ଭାଗ ନେଇଛନ୍ତି। ଚାରି ଦଫା ଦାବି ଗୁଡିକ ହେଲା- ୧. ନିଜସ୍ଵ ଗୃହ ଥିଲେ ସ୍ଥାୟୀ COR ପ୍ରଦାନ ଏବଂ ଭଡ଼ା ଘରେ ଚାଲୁଥିଲେ ୧୦ ବର୍ଷ ପାଇଁ COR ପ୍ରଦାନ।୨. RTE (25 %) ରେ ମାଗଣାରେ ପାଠ ପଢୁଥିବା ଛାତ୍ର ଓ ଛାତ୍ରୀଙ୍କ ବକେୟା ରାଶି ପ୍ରଦାନ ।୩. ମାଗଣା ସରକାରୀ ପାଠ୍ୟ ପୁସ୍ତକ ବେସରକାରୀ ବିଦ୍ୟାଳୟ ରେ ପଢୁଥିବା ଛାତ୍ର ଓ ଛାତ୍ରୀ ଙ୍କୁ ପ୍ରଦାନ କରିବା ।୪. ବେସରକାରୀ ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ।ରାଜ୍ଯ ସରକାର ଏହି ଦାବି ଗୁଡିକୁ ପୂରଣକରି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ଯତ ନିର୍ମାଣ ରେ ସହଯୋଗ କରିବା ପାଇଁ ରାଜ୍ଯର ସମସ୍ତ ଘରୋଇ ବିଦ୍ଯାଳୟ କର୍ମକର୍ତ୍ତା , ସେବା ବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ ମାନେ ନିବେଦନ କରିଛନ୍ତି।।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ

Leave a Reply

Your email address will not be published. Required fields are marked *