ସାହିତ୍ୟ ପତ୍ରିକା ‘ପ୍ରିୟପତ୍ର’ର ରାଜ୍ୟସ୍ତରୀୟ କବିତା ଆସର

ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଡେଲାଙ୍ଗ ଜଗଦଳପୁର ବିଶ୍ୱନାଥ ମୁଣ୍ଡିଆ ପାଦଦେଶରେ ପୁରୀରୁ ପ୍ରକାଶିତ ସାହିତ୍ୟ ପତ୍ରିକା ‘ପ୍ରିୟପତ୍ର’ର ଏକ ବିଶେଷ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପ୍ରିୟପତ୍ରର ସଂପାଦକ ବିପିନବିହାରୀ ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ମୁଖ୍ୟଅତିଥି, ପାଠାଗାର ଏବଂ ସମାଜସେବାରେ ସୁପରିଚିତ ବିପିନବିହାରୀ ମହାନ୍ତି- ମୁଖ୍ୟବକ୍ତା, ପୂର୍ବତନ ସରପଂଚ ପ୍ରଦ୍ୟୁମ୍ନ ପରିଡ଼ା, ଲୋକକବି ଅଧିକାରୀ ସ୍ୱାଇଁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାହିତ୍ୟ ପତ୍ରିକା ପ୍ରିୟପତ୍ରର ଏହି ଉଦ୍ୟମକୁ ପ୍ରଶଂସା କରିବା ସହିତ ସାହିତ୍ୟ ମନୁଷ୍ୟକୁ ନିବୃତ୍ତି ଆଡ଼କୁ ଅଗ୍ରସର କରାଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ପବିତ୍ର ସ୍ଥାନରେ ରାଜ୍ୟସ୍ତରୀୟ କବିତା ଆସର ଆୟୋଜନ କରିବାରେ ସହାୟକ ସୂତ୍ରଧର କବୀ ନମିତା ସ୍ୱାଇଁଙ୍କୁ ସମସ୍ତେ ସାଧୁବାଦ ଅର୍ପଣ କରିଥିଲେ । କ୍ରିଷ୍ଣା ମହାପାତ୍ର, ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ଏବଂ ନମିତା ସ୍ୱାଇଁଙ୍କ ସଂଯୋଜନାରେ ଶରତ କୁମାର ରାଉତ, ସୁଦର୍ଶନ ପ୍ରଧାନ, ବଙ୍ଗୁ ରାଉତରାୟ, ଜିତେନ୍ଦ୍ର କୁମାର ପେଣ୍ଠୋଇ, ଡକ୍ଟର ନୀଳାଦ୍ରିନାଥ ଜଗଦ୍ଦେବ, ପ୍ରମିଳା ମହାପାତ୍ର, ଶ୍ରୀମାନ୍ ଗବା, ଅଶୋକ କୁମାର ପ୍ରଧାନ, ପ୍ରକାଶ ଚନ୍ଦ୍ର ସାହୁ, ନିରଞ୍ଜନ ସାମନ୍ତରାୟ, ପ୍ରଭାତ କୁମାର ସେଠୀ, ନଳିନୀ ଦାଶ, ଦ୍ୱିତୀକୃଷ୍ଣ ମହାନ୍ତି, ପ୍ରଭାସ ଚନ୍ଦ୍ର ପ୍ରଧାନ, ବିକ୍ରମ କେଶରୀ ଚମ୍ପତ୍ତି, ରୋହିତ କୁମାର ଚମ୍ପତ୍ତି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ନମିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଦ୍ୟୁମ୍ନ ପରିଡ଼ାଙ୍କ କବିତା ସଂକଳନ ‘ଅଶୁଭ ନିଶାଚର’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା