ଦୂର୍ଗାପୂଜା ନିମନ୍ତେ କାର୍ଯ୍ୟକ୍ରମ

*ଦୁର୍ଗାବାହିନୀ, ମାତୃଶକ୍ତିର ପ୍ରତିଷ୍ଠା ଦିବସ ଓ ଶସ୍ତ୍ର ପୂଜନ* ନାରୀ ଅବଳା କି ଦୁର୍ବଳା ନୁହଁ ସେ ସବଳା। ଭାରତୀୟ ସଂସ୍କୃତି ଓ ପରମ୍ପରା କ୍ଷେତ୍ରରେ ମାତୃଶକ୍ତିର ଅଭୂତପୂର୍ବ ଅବଦାନ ରହି ଆସିଛି। ସ୍ୱାଧୀନତା ସଂଗ୍ରାମ ଠୁ ଆରମ୍ଭ କରି ଧର୍ମ ରକ୍ଷା ପର୍ଯ୍ୟନ୍ତ ସେ ନିଜର ଜୀବନ ଓ ଯୌବନକୁ ତିଳମାତ୍ର ଭ୍ରୁକ୍ଷେପ ନକରି ସଦା ଆଗକୁ ଆସିଛି ବୋଲି ଆଜି ଦୁର୍ଗାବାହିନୀ, ବିଶ୍ଵ ହିନ୍ଦୁ ପରିଷଦ ଭଦ୍ରକ ନଗର ପକ୍ଷରୁ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ମଞ୍ଚାସିନ ଅତିଥିମାନେ ମତ ପ୍ରକାଶ କରିଥିଲେ। ନାରୀ ଜାଗ୍ରତ ହେଲେ, ରାଷ୍ଟ୍ର ଧର୍ମ ସୁରକ୍ଷିତ ରହିବ ବୋଲି ଉପସ୍ଥିତ ଶତାଧିକ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦିଆଯାଇଥିଲା। ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ଦାସ, ସମ୍ମାନିତ ଅତିଥି ଦୁର୍ଗାବାହିନୀର ପୂର୍ବତନ ଜିଲ୍ଲା ସଂଯୋଜିକା ତଥା ହରିକଥାର ପୂର୍ବତନ ପୁର୍ଣକାଳିକ କମଳା ଦାସ, ଅନ୍ୟତମ ଅତିଥି ଭାବେ ମାତୃଶକ୍ତିର ପୂର୍ବତନ ଜିଲ୍ଲା ସଂଯୋଜିକା ବରିଷ୍ଠ କାର୍ଯ୍ୟକର୍ତ୍ତା ବାସନ୍ତୀ ମହାପାତ୍ର ଏବଂ ଭଦ୍ରକ ଜିଲ୍ଲାର ବିଶିଷ୍ଟ ମହିଳା କ୍ରୀଡ଼ାବିତ ସୁ ସଙ୍ଗଠିକା ରାଜଲକ୍ଷ୍ମୀ ଡାକୁଆ ଉପସ୍ଥିତ ରହିଥିଲେ। ବୌଦ୍ଧିକ କାର୍ଯ୍ୟକ୍ରମ ପୂର୍ବରୁ ମାଆ ଦୁର୍ଗାଙ୍କୁ ସୁମାରିକରି ଶସ୍ତ୍ର ପୂଜନ କରାଯାଇଥିଲା। ଶସ୍ତ୍ର ପୂଜନ ସମୟରେ ଛାତ୍ରୀ ରାଶେଶ୍ୱରୀ ଦାସ ଏବଂ ଦେବଜାନୀ ସାହୁ ଦୁର୍ଗା ସ୍ତୋତ୍ର ଗାନ କରିଥିଲେ।କାର୍ଯ୍ୟକ୍ରମରେ ଅନେକ ନଗର, ଜିଲ୍ଲା ଏବଂ ପ୍ରାନ୍ତ ଅଧିକାରୀ ଉପସ୍ଥିତ ରହିଥିଲେ।।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *