ଈଶ୍ଵରଙ୍କ ନାମେ ନେଲି ଶପଥ
✍🏼କବିରତ୍ନ ନୂତନ କୁମାର ବେହେରା
ଈଶ୍ଵରଙ୍କ ନାମେ ନେଲି ଶପଥ
ଭୁଲି ଯିବିନି କେବେ ସୃଷ୍ଟିର ସିଦ୍ଧାନ୍ତ
ପାଳୁଥିବି ଜୀବନ ଥିବା ପର୍ଯ୍ୟନ୍ତ
ବଚନ ଦେଉଛି କରି ମୁଁ ସତ୍ୟ
ଦୁର୍ଗମ ହୋଇ ପାରେ ଚଲାପଥ
ଆସିପାରେ ଘନଘଟା ଦେବାକୁ ଆଘାତ
ଦୃଢ଼ତା ରଖିବି ହେବିନି ମର୍ମାହତ
ଶାନ୍ତ ସ୍ଵଭାବେ ଚଳାଇବି ଜୀବନ ରଥ
ପୂର୍ଣ୍ଣ କରିବାକୁ ମୋ ମନୋରଥ
ଈଶ୍ଵରଙ୍କ ନାମେ ନେଲି ଶପଥ
ତୁମକୁ ମୁଁ ଭଲ ପାଏ ଶତ ପ୍ରତିଶତ
ମୋ ହୃଦୟରେ ତୁମେ ଅଛ ସତତ
ମୋ ଅନିତ୍ୟ ଜୀବନର ସ୍ରୋତ
ତୁମ ଲାଗି ବହିଯାଏ ଅବିରତ
ନିଜେ ନିଜେ ଖୋଜି ଖୋଜି ତା’ ପଥ
ସାରା ସଂସାରରେ ପ୍ରେମ ହିଁ ଅମୃତ
କରି ବ୍ରତ ପାଳି ନିଷ୍ଠା ରଖିବି ତା’ ମହତ୍ତ୍ଵ
ଆତ୍ମ ସ୍ଵାର୍ଥେ କରିବିନି କଳଙ୍କିତ
ଈଶ୍ଵରଙ୍କ ନାମେ ନେଲି ଶପଥ
ସେ ତ ଜଗତକର୍ତ୍ତା ଅନାଥର ନାଥ
ସ୍ରଷ୍ଟା ସେ ସତ୍ତା ସ୍ଥିତି ରଖିଛନ୍ତି ଶାଶ୍ଵତ
ଦିଅନ୍ତି ପୁଣ୍ୟଫଳ କର୍ମ କଲେ ମହତ
ହୋଇ ଆମେ ଦୁହେଁ ଜୀବନେ ମିତ
ସତ୍ୟର ମାର୍ଗରେ ହେବା ପରିଚାଳିତ
ଦୁହିଁଙ୍କର ମତକୁ କରିବା ଏକ ମତ
ମିଥ୍ୟାଚାର ଭୁଲି ପାଳିବା ସତ
ଓଳିକର ଏ ଜୀବନଟା ଏକ ଗୀତ
ସ୍ଵର ଛନ୍ଦ ତାଳେ କରିବା ତାକୁ ଝଙ୍କୃତ
ରାଗ ରାଗିଣୀ ତାର ହୋଇ ଆଦୃତ
ଗଗନେ ପବନେ ହେଉଥିବ ଗୁଞ୍ଜରିତ
ବଚନ ହେଉଛି ଆତ୍ମାରୁ ହୁଏ ଯା’ ନିଃସୃତ
ଈଶ୍ବରଙ୍କ ନାମେ ନେଲି ଶପଥ…।

କୋହି,ବାରିପଦା,ମୟୂରଭଞ୍ଜ।