ଶିକ୍ଷାନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା

ଜଗତସିଂହପୁର ଏସ ଭି ଏମ କଲେଜ ର ଯୁକ୍ତ 2 କଳା ର ଛାତ୍ର ଦୁର୍ଗା ମାଧବ ଦାଶ୍ ଚଳିତ ବର୍ଷ 503 ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ସହିତ କଲେଜରେ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଛନ୍ତି । ଏଥି ନିମନ୍ତେ ତାଙ୍କୁ ଆର୍ଟସ ଟ୍ରି ଶିକ୍ଷାନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଆର୍ଟସ ଟ୍ରି ଶିକ୍ଷାନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସିଦ୍ଧାର୍ଥ ତ୍ରିପାଠୀ ଓ ନିରଂଜନ ମହାପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିର୍ଦେଶକ ମନୋଜ କୁମାର ମହାପାତ୍ର, ଭକ୍ତି ବିନୋଦ ବେହେରା, ଅଧ୍ୟାପକ ଅଭିନାସ ଯାଦବ, ଦୀପକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ । ତେବେ ଏସ ଭି ଏମ କଲେଜର ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଦୁର୍ଗା ମାଧବ ଦାସଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଏହାକୁ ନେଇ ସେ ବହୁତ ଖୁସି ପ୍ରକଟ କରିବା ସହିତ ଆଗାମୀ ଦିନରେ ସେ ଶିକ୍ଷା କ୍ଷେତ୍ରରେ ନିଜକୁ ନିୟୋଜିତ ରଖିବେ ବୋଲି କହିଛନ୍ତି।

ରିପୋର୍ଟ – ରୀତା ସାହୁ,ଜଗତସିଂହପୁର।

Leave a Reply

Your email address will not be published. Required fields are marked *