ଆୟୁଷ ଆଥଲେଟିକସ୍ ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ପୁରୀ ୧୨/୩ ଆୟୁଷ ଆଥଲେଟିକସ୍ ର ନିଷ୍ଠା ଓ ପ୍ରତବଦ୍ଧତା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦାୟକ।ସେମାନଙ୍କ ପରିଶ୍ରମ ର ଫଳ ସ୍ବରୂପ ଚଳିତ ବର୍ଷ ୧୦ ଜଣ ଆଥଲେଟ ସରକାରୀ ଚାକିରୀ ରେ ନିଯୁକ୍ତି ପାଇ ପାରିଛନ୍ତି ।ଏହା ଏକ ସୁନ୍ଦର ପଦକ୍ଷେପ ଓ ଅନୁକରଣୀୟ ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ।ଆଜି ଅପରାହ୍ନ ରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରାସ୍ତା ପୂଜାପଣ୍ଡା କନଭେନସନ ଠାରେ ଆୟୁଷ ଆଥଲେଟିକସ୍ ଅନୁଷ୍ଠାନ ପକ୍ଷରୁ ସୁରକ୍ଷା ବାହିନୀ ରେ ନବ ନିଯୁକ୍ତ ଯୁବ ବର୍ଗଙ୍କୁ ଶୁଭେଚ୍ଛା ଜ୍ଞାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଆୟୁଷ ଆଥଲେଟିକସ୍ ର ପ୍ରତିଷ୍ଠାତା ରଶ୍ମିରଞ୍ଜନ ପାତ୍ର ଙ୍କ ତତ୍ତ୍ୱାବଧାନରେ କେତେକ ଯୁବକ ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ପୁରୀ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ବିଭିନ୍ନ ଶାରୀରିକ ବ୍ୟାୟାମ କରିଥାନ୍ତି ଓ ପ୍ରଶିକ୍ଷଣ ନେଇଥାନ୍ତି।

ଏହି ଭଳି ପ୍ରଶିକ୍ଷିତ ମାନେ ବିଭିନ୍ନ ପ୍ରତିଯୋଗିତା ଓ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।ପୂର୍ବରୁ ୫ ଟି ବ୍ୟାଚରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ପିଲା ସରକାରୀ ଚାକିରୀ କରୁଥିବା ବେଳେ ଚଳିତ ବର୍ଷ ମାନସ କୁମାର ସ୍ବାଇଁ, ଚନ୍ଦ୍ରକାନ୍ତ ବେହେରା,, ଚନ୍ଦନ ପ୍ରଧାନ, ଅମିତ କୁମାର ଜେନା, ରାକେଶ କୁମାର ବେହେରା,ବିଦ୍ୟାଧର ବେହେରା, ସୁନିଲ କୁମାର ସାହୁ, ରୁଦ୍ର ପ୍ରସାଦ ସାହୁ ସଫଳ ହୋଇ ଆଜି ଶୁଭେଚ୍ଛା ପତ୍ର ଗ୍ରହଣ କରିଥିଲେ।ଅନ୍ୟ ଦୁଇ ସଫଳ ବ୍ୟକ୍ତି ଅନୁପସ୍ଥିତ ରହିଥିଲେ।ଏହି ମହତ କାର୍ଯ୍ୟ ଦ୍ଵାରା ବିପଥଗାମୀ ହେଉଥିବା ପିଲା ମାନେ ଭଲ ବାଟକୁ ଆସିବା ସହ କର୍ମ ନିଯୁକ୍ତି ପାଇଁ ଚେଷ୍ଟିତ ହେବେ ବୋଲି ଶ୍ରୀ ସେଠୀ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ସେବାୟତ ତଥା କ୍ରୀଡାବିତ କୃପାସିନ୍ଧୁ ପୂଜାପଣ୍ଡା,ବେଲଦଳ ସରପଞ୍ଚ ବିପିନ ଦାସ,ବିଚିତ୍ର ପ୍ରଧାନ, ଜିତେନ୍ଦ୍ର ପରିଡା,ନିରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଅନୁଷ୍ଠାନ ର କାର୍ଯ୍ୟ କୁ ପ୍ରଶଂସା କରିବା ସହ ଯୁବବର୍ଗ ଙ୍କୁ ଏହା ନୂଆ ଦିଶା ଦେଖାଇବ ବୋଲି ଆଶା କରିଥିଲେ।

Leave a Reply

Your email address will not be published. Required fields are marked *