ଏରସମା ନୂଆଗାଁରେ ଘର ନିର୍ମାଣକୁ ବିରୋଧ, ଥାନାରେ ଏତଲା ଦେଲେ ଘର ମାଲିକ

କୁଜଙ୍ଗ/ଏରସମା-୭/୬-ଏରସମା ବ୍ଲକର ନୂଆଗାଁରେ ଅରଖିତ ସ୍ବାଇଁଙ୍କ ଘର ନିର୍ମାଣ କାମକୁ ସୁବାସ, ବସନ୍ତ, ପ୍ରେମାନନ୍ଦ, ନାରାୟଣ, ଭ୍ରମରବର ଏବଂ ଅନ୍ୟକିଛି ଲୋକ ବିରୋଧ କରୁଥିବା ନେଇ ଅଭୟ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆସନ୍ତାକାଲି(ରବିବାର) ଦିନ ଛାତ ପକାଇ ନଦେବାକୁ ସେମାନେ ଧମକ ଦେବା ସହ ଅରଖିତକୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଜୀବନରେ ମାରିଦେବାକୁ କହିଥିବା ଏତଲାରେ ଉଲ୍ଲେଖ ଅଛି। ପ୍ରକାଶଯୋଗ୍ୟ,ପ୍ଲଟ ନମ୍ବର-୨୧୭୬, ଖାତା ନମ୍ବର ୧୪୯,ଏ୦.୧୪ ସ୍ଥିତିବାନ ଜାଗାରେ ଶ୍ରୀ ସ୍ବାଇଁ କୋଠା ଘର ନିର୍ମାଣ କରୁଛନ୍ତି।ଛାତ ପକାଇବା ଲାଗି ସଟରିଙ୍ଗ କାମ ସରିଛି। କିଛି ଖଳ ପ୍ରକୃତିର ଲୋକେ ସ୍ଥାନୀୟ ମହିଳାଙ୍କୁ ମତାଇ ସଟର ଭାଙ୍ଗି ଦେଇଛନ୍ତି। ଅରଖିତ ଏବଂ ତାଙ୍କ ପରିବାରର ସମସ୍ତେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏପରିକି ଅରଖିତ ସେମାନଙ୍କ ଧମକପୂର୍ଣ୍ଣ କଥାରେ ଭୟକରି ଗାଁକୁ ଯାଇ ପାରୁନଥିବା ପୋଲିସକୁ ଲିଖିତ ଜଣାଇଛନ୍ତି।ସେ ନିଜର ତଥା ପରିବାରର ସୁରକ୍ଷା ସହିତ ବିରୋଧ କରୁଥିବା ଲୋକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ନିରାପଦରେ ଛାତପକାଇବା ପାଇଁ ପୋଲିସ ପ୍ରଶାସନର ସହଯୋଗ ଲୋଡିଛନ୍ତି।

କୁଜଙ୍ଗରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *