ଗୋପାଲବଲ୍ଲଭ ରୋଡ଼ ମଦ ଦୋକାନ କୁ ବିରୋଧ

ପୁରୀ,7ଜାନୁଆରୀ -ପୁରୀ ଜ଼ିଲ୍ଲା ପ୍ରଶାସନ, ପୁରୀ ପୋଲିସ ଓ ଅବକାରୀ ବିଭାଗ ଜାଣତ ରେ ଗୋପାଲବଲ୍ଲଭ ରୋଡ ଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ କରିବା ଦାବୀ ରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି |ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ରହିଥିବା ଛାତ୍ର କଂଗ୍ରେସ ଅଭିଯୋଗ କରିଛି |ମଦ ଦୋକାନୀ ମାନେ ନିୟମାବଳୀକୁ ଉଲ୍ଲଙ୍ଘନକରୁଛନ୍ତି |ମଦଦୋକାନ ଯୋଗୁଁ ସ୍ଥାନୀୟ ବାସିନ୍ଦା ହଇରାଣ ହେଉଛନ୍ତି ଉଚ୍ଚ ନ୍ୟାୟାଳୟର ନିର୍ଦେଶ ଅନୁସାରେ ନିର୍ମାଣ ସଦନ ଠାରୁ ୩୦୦ ମିଟର ଦୂରତା ପରିସର ମଧ୍ୟରେ କୌଣସି ବି ମଦ ଦୋକାନର ଖୋଲିବାର ଅନୁମତି ନାହିଁ | ଗୋପାଳବଲ୍ଲଭ ରୋଡ ଠାରେ ରାଜ୍ୟ ହୋମିଓପାଥି ଗବେଷଣା କେନ୍ଦ୍ର ଓ ଡାକ୍ତରଖାନା ରହିଅଛି | ସେଠାରେ ରୋଗୀ ସେବା ଶୁଶ୍ରୁଷା ଯୋଗାଇ ଦେଉଛନ୍ତି |ଡାକ୍ତରଖାନା ସମ୍ମୁଖରେ ମଦ ଦୋକାନ ଖୋଲିଥିବାରୁ ରୋଗୀ ଓ ସ୍ଥାନୀୟ ବାସିନ୍ଦା ଙ୍କ ଶାନ୍ତି ବାତାବରଣ ନଷ୍ଟ ହେଉଛି |ବଡ଼ିସକାଳୁ ପ୍ରବିତ୍ର ପୁରୀ ଗର୍ବ ଆମରି ଅଳିଆଗାଡି ରେ ବାଜୁଅଛି | ଅଥଚ ସେଠାରେ ଅପଵିତ୍ରତାର ବାତାବରଣ ସୃଷ୍ଟି ହେଉଛି |ମଦ ମାଫିଆ, ପ୍ରଶାସନ, ସରକାର ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଏକଛତ୍ରବାଦୀ ଶାସନ ଚାଲିଛି ତାହା ବିରୋଧରେ ପୁରୀ ଜ଼ିଲ୍ଲା ଛାତ୍ର କଂଗ୍ରେସବିରୋଧ କରିଛି | ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର ଙ୍କ ନେତୃତ୍ୱରେ ପୂର୍ବତନ କାଉନସିଲର ସରସ୍ବତୀ ପାତ୍ର, ଛାତ୍ର କଂଗ୍ରେସ କର୍ମକର୍ତା ରୀସାନ ଦାଶ, ସିଦ୍ଧାର୍ଥ ମିଶ୍ର, ଅଭିଜିତ ସାମନ୍ତରା, ସୁଭାସିସ ପତ୍ରୀ, ମୁନା ଜେନା, ଗୌରବ ପ୍ରଧାନ, ରାଜା ଦାସ, ଅଭିଜିତ ମଜୁମ୍ଦାର, ବିକ୍ରମ ପ୍ରଧାନ, ଅନୁକ୍ତା ଆକାଶ, ପ୍ରିୟଙ୍କା ପ୍ରିୟଦର୍ଶିନୀ ମିଶ୍ର ଙ୍କ ସମେତ ମହିଳା କଂଗ୍ରେସ କର୍ମକର୍ତା ଙ୍କ ଉପସ୍ଥିତିରେ ମଦ ଦୋକାନ ବନ୍ଦ କରିବା ଉଦ୍ଦେଶ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ୨୪ ଘଣ୍ଟା ମଧ୍ୟ ରେ ଯଦି ପ୍ରଶାସନ କୌଣସି ନିଷ୍ପତି ଗ୍ରହଣ ନ କରେ ତେବେ ଆମରଣ ଅନଶନ କରାଯିବା ବୋଲି ଛାତ୍ରନେତା ମାନେ ଚେତାବନୀ ଦେଇଛନ୍ତି |