ଗୋପାଳପୁର ଗଣଦୁଷ୍କର୍ମ ବିରୁଦ୍ଧରେ ବିକ୍ଷୋଭ

ବ୍ରହ୍ମପୁର – ଗୋପାଳପୁରରେ ଘଟିଥିବା ବିଭତ୍ସ ଗଣଦୁଷ୍କର୍ମ ସହ ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ହିଂସା ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକରି, ଅଖିଳ ଭାରତ ଛାତ୍ର ସଂଘ, ଅଖିଳ ଭାରତ ଯୁବ ଓ ଉତ୍କଳ ମହିଳା ସମିତି ପକ୍ଷରୁ ବ୍ରହ୍ମପୁର ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କରାଯାଇଛି। ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ପୋଲିସ ଅଧିକ୍ଷକଙ୍କୁ ଭେଟିବା ସହ ଘଟଣା ସମ୍ବନ୍ଧରେ ଆଲୋଚନା କରିଥିଲେ ଏବଂ ଏଭଳି ଘଟଣାର ପୁନରାବୃତ୍ତି ନହେବା ଦିଗରେ ପଦକ୍ଷେପ ନେବାପାଇଁ ଦାବି ରଖିଥିଲେ। ଓଡିଶାରେ ବିଜେପି ସରକାର କ୍ଷମତାରେ ଵସିଵା ପରେ ନାରୀ ନିର୍ଯାତନା, ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ବଢ଼ି ବଢ଼ି ଚାଲିଛି। ରାଜ୍ଯ ସରକାରଙ୍କ ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଵେଳେ, ବିଭିନ୍ନ ସଭା ସମିତିରେ ମୁଖ୍ଯମନ୍ତ୍ରୀଙ୍କ ଲଘୁ ମନ୍ତବ୍ୟ ତାଙ୍କ ଅପାରଗତା ବିଷୟ ପରିପ୍ରକାଶ ହେଉଥିବାରୁ ଏହା ଅପରାଧି ମାନଙ୍କୁ ପ୍ରୋତ୍ସାହିତ କରି ଚାଲିଛି।କେନ୍ଦୁଝର,ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଢେଙ୍କାନାଳ, ସମ୍ଵଲପୁର, ଵଲାଙ୍ଗିର ସମେତ ଅନେକ ସ୍ଥାନରେ ବିଜେପି ନେତାମାନେ ଥାନାରେ ପଶି ଥାନା ଅଧିକାରୀମାନଙ୍କୁ, ଵିଡିଓ ଓ ତହସିଲଦିରଙ୍କ ଭଳି ସରକାରୀ ଅଧିକାରୀଙ୍କୁ ଖୋଲି ଖୋଲା ଵେଜିତ କରିବା ଘଟଣାରେ ଅପରାଧିମାନେ ଆଉ ପୋଲିସ ଅଥବା ସରକାରୀ ଅଧିକାରୀଙ୍କୁ ମାନୁ ନାହାନ୍ତି। ରାଜ୍ୟର ଶାସକ ଦଳ ଵିଜେପି ଅପରାଧୀମାନଙ୍କ ନିରାପଦ ଆଶ୍ରୟ ସ୍ଥଳ ହୋଇଯାଇଛି। ନିକଟରେ ପ୍ରକାଶ୍ୟ ଦିଵାଲୋକରେ ଏଆଇଏସ୍ଏଫ୍ ରାଜ୍ଯ ସଭାପତିଙ୍କ ପ୍ରତି ଅସାମାଜିକ ଆକ୍ରମଣ ଓ ୧୬ ଜୁନରେ ଗଞ୍ଜାମ ଗୋପାଳପୁର ଗଣ ଦୁଷ୍କର୍ମ ଘଟଣା ପରେ ଓଡିଶାରେ ମହିଳା ନିଜକୁ ନିରାପଦ ମଣିଵା ଅସମ୍ଭଵ ହେଲାଣି। ବେଳାଭୂମିରେ ସିସିଟିଭି ନ ଲାଗିବା, ଲାଇଟ୍ ବ୍ୟବସ୍ଥା ନକରାଯିବା ଓ ପୋଲିସର ଅପାରଗତା ଏହି ଘଟଣା ଘଟିବାରେ ସହାୟକ ହୋଇଛି। ଏଆଇଓ୍ବାଇଏଫ୍ ଜାତୀୟ ସମ୍ପାଦକ ପ୍ରଦୀପ ସେଠି କହିବା ସହ ମନ୍ତ୍ରୀ ବିଭୂତି ଭୂଷଣଙ୍କ ଦାୟିତ୍ଵହୀନ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ରାଜ୍ୟରେ ନାରୀ ନିର୍ଯାତନା ଵନ୍ଦ ହେଉ, ନଚେତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଅଖିଳ ଭାରତ ଛାତ୍ର ସଘଂ ର ରାଜ୍ୟ ସଭାନେତ୍ରୀ ସଙ୍ଗମିତ୍ରା ଜେନା ଦାବି କରିଛନ୍ତି। ବିଜେପି ସରକାରକୁ ବର୍ଷେ ପୂରଣ ସତ୍ତ୍ୱେ ମହିଳା କମିଶନ ଏପର୍ଯ୍ୟନ୍ତ ନିଯୁକ୍ତ ନହେବା ସରକାରଙ୍କ ମହିଳା ବିରୋଧୀ ନୀତି ଓ ଅଯୋଗ୍ୟତାକୁ ଦର୍ଶାଉଛି ବୋଲି କହିଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ଦେବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି। ରାଜ୍ୟରେ ମହିଳା ସୁରକ୍ଷା ସୁନିଶ୍ଚିତ ନକରାଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭରେ ଅଖିଳ ଭାରତ ଯୁବ ସଙ୍ଗର ରାଜ୍ୟ ସମ୍ପାଦକ କଂ କାମଦେବ ନାହାକ,ଉତ୍କଳ ମହିଳା ସମିତିର ରାଜ୍ୟ ନେତ୍ରୀ ଭାନୁମନ୍ତି ରେଡ୍ଡୀ, ପୃବର୍ତନ ଛାତ୍ର ସଙ୍ଗର ରାଜ୍ୟ ସଭାପତି ନୀଳକଣ୍ଠ ଦାସ,ଯୁବ ସଙ୍ଘ ର ଜିଲ୍ଲା ସଭାପତି ସୁଶାନ୍ତ ସ୍ୱାଇଁ,ଛାତ୍ର ନେତା ଅନୁରାଗ ମିଶ୍ର, ନବୀନ ଗୌଡ଼,ଯୁବନେତା ଦୈତାରୀ ରେଡ୍ଡୀ,ପୁଷ୍ପା ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ l