କାମାକ୍ଷାନଗର ରେ ନାରୀ ନିର୍ଯାତନା କୁ ନେଇ ପ୍ରତିବାଦ କଲା ବିଜେଡି ଛାତ୍ର ଓ ଯୁବ ଜନତା ଦଳ

ରାଜ୍ୟରେ ଛାତ୍ରୀ ଓ ନାରୀ
ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନୀରବଦ୍ରଷ୍ଟା ସାଜିଛି ମୋହନ ସରକାର l ରାଜ୍ୟରେ ପ୍ରତ୍ୟେକ ଦିନ ୧୫ ଜଣ ଯୁବତୀ ଦୁଷ୍କର୍ମ ର ଶିକାର ହେଉଥିବା ବେଳେ ଅପରାଧୀ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ l ଫଳରେ ଦିନ କୁ ଦିନ ରାଜ୍ୟରେ ନାରୀ ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ନେଇ କାମାକ୍ଷାନଗର ମହାବିଦ୍ୟାଳୟ ଠାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ପ୍ରତିବାଦ ସଭା ଆୟୋଜିତ ହୋଇଛି l କାମାକ୍ଷାନଗର ନିର୍ବାଚନମଣ୍ଡଳୀ ର ବିଭିନ୍ନ ସ୍ଥାନ ରୁ ଯୁବ ଓ ଛାତ୍ର ନେତା ମାନେ ଉପସ୍ଥିତ ରହି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ନାରୀ ନିର୍ଯାତନା ପାଇଁ ଡବଲ ଇଂଜିନ ସରକାର ଦାୟୀ ଥିବାବେଳେ ସରକାର ଙ୍କ ନିଷ୍କ୍ରିୟତା ନେଇ ପ୍ରତିବାଦ କରିଥିଲେ l ମହାବିଦ୍ୟାଳୟ ର ବହୁ ଛାତ୍ର, ଛାତ୍ରୀ ହାତରେ ପ୍ଲାକାର୍ଡ ଧରି ରାଜ୍ୟ ସରକାର ଙ୍କୁ ତୀବ୍ର ସମାଲୋଚନା କରିବା ସହ ନାରୀ ସୁରକ୍ଷା ନେଇ ସରକାର ସଚେତନ ହେବା ପାଇଁ ସ୍ଲୋଗାନ ଦେଇଥିଲେ l ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡା ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ପ୍ରତିବାଦ ସଭା ରେ ବହୁ ଛାତ୍ର ଓ ଯୁବ ବିଜେଡି କାର୍ଯ୍ୟକର୍ତା ସାମିଲ ରହି ସରକାର ଙ୍କୁ ବିରୋଧ କରିଥିଲେ l