ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଟ୍ରେଡ଼ ୟୁନିଅନ ର ବିକ୍ଷୋଭ

ଦୁଇ ବର୍ଷ ତଳେ ଆଜିର ଦିନରେ ଐତିହାସିକ କୃଷକ ଆନ୍ଦୋଳନ ରେ  ଲଷ୍ମୀପୂର ଖେରି ରେକେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଓ ତା ପୁଅ ଗାଡି ଚଢାଇ କୃଷକ ମାନଙ୍କୁ ଗଣ ହତ୍ୟା ସହ ଜଣେ ସାମ୍ବାଦିକ ଙ୍କୁ ହତ୍ୟା କଲେ. ମୋଦୀ ସରକାର ଅଧ୍ୟବଧି ମନ୍ତ୍ରୀ ଙ୍କୁ ବରଖାସ୍ତ କଲେନି.କୃଷି ଉତ୍ପାଦନ ର ସର୍ବ ନିମ୍ନ ସହାୟକ ମୂଲ୍ୟ ଦେଲେନି. କୃଷକ ମାନଙ୍କ ଉପରେ ମିଥ୍ୟା ମକ ଦ୍ୱମା ପ୍ରତ୍ୟାହାର କଲେନାହିଁ କିପ୍ରତିଶୃତି ମତେ ବିଦ୍ୟୁତ ବିଲ ପ୍ରତ୍ୟାହାର ହେଲାନି. ଏହା ବିରୁଦ୍ଧରେ ଆଜି ପୂରୀ ଜିଲ୍ଲା ପାଳ ଅଫିସ ଆଗରେ ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡ଼ ୟୁନିଅନ ଓ ଗଣସଂଗଠନ ମିଳିତ ମଞ୍ଚ ତରଫରୁ ବିକ୍ଷୋଭ କରାଯାଇଛି. ଏଥିରେ ପ୍ରଦୀପ୍ତ ମହାନ୍ତି, ଶରତ କୁମାର ରାୟଗୁରୁ, ଅଶୋକ ପ୍ରଧାନ, ଭୀମସେନ ସ୍ୱାଇଁ, ମୋହନ ନାଇଡୁ, ଜିତେନ୍ଦ୍ରିୟ ବେହେରା, କୃଷ୍ଣ ରାଉତ,ସନାତନ ପାତ୍ର କିଷାନ ପଟନାୟକ, ପୀତବାସ ବେହେରା,,ପବିତ୍ର ଦଳାଇ ବକ୍ତ୍ୟବ୍ୟ ରକ୍ଷୀ କହିଲେ ଯେ ମୋଦୀ ସରକାର ସମୟରେ କୃଷି ଓ କୃଷକଓ ଶ୍ରମିକ ଙ୍କ ଅବସ୍ଥା ବିପର୍ଯୟ ହୋଇଛି.ଚାରିଟା ଶ୍ରମ କୋଡ଼  ବାତିଲ କରିବାକୁ ଦାବୀ କରିଥିଲେ. ମଣିପୁର ହିଂସା ପାଇଁ ମୋଦୀ ହିଁ ଦାୟୀ. ଦର ବଢ଼ି ଚାଲିଛି ତାର ନିୟନ୍ତ୍ରଣ ନାହିଁ. ସମବାୟ ସମିତି ଆଇନି 2023କୁ ତୁରନ୍ତ ବାତିଲ ପାଇଁ ଦାବୀ ସମ୍ବଳିତ ଦାବୀ ପତ୍ର ଜିଲ୍ଲା ପାଳ ଙ୍କ ମାଧ୍ୟମରେ ରାଷ୍ଟ୍ରପତି ଙ୍କୁ ଦିଆ ଯାଇଛି. ଏହି ପରିପ୍ରେକ୍ଷୀରେ ଟ୍ରେଡ଼ ୟୁନିଅନ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମୋଚିସାହି ଛକ ରୁ ଶୋଭାଯାତ୍ରା ବାହାରି ଥିଲା.ଏଥିରେ ହରି ସେନାପତି, ପ୍ରଫୁଲ ମହାପାତ୍ର, ଟୁନା ନାୟକ,କୃପାସିନ୍ଧୁ ପଣ୍ଡା, ପୂର୍ଣ୍ଣ ମୁଦୁଲି,ଭାସ୍କର ମହାପାତ୍ର,ମନୋରଞ୍ଜନ ମହାରଣା ,ବନମାଳୀ ସାହୁ, ସୁରେନ୍ଦ୍ର ଦଳାଇ, ପ୍ରତାପ ଚିନାରା ପ୍ରମୁଖ ଉପସ୍ଥିତ ଥିଲେ 

Leave a Reply

Your email address will not be published. Required fields are marked *