ଜିଲ୍ଲା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଜଗତସିଂହପୁର ଜିଲ୍ଲା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ସହ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ଜିଲ୍ଲାରେ ଆଉଟସୋର୍ସିଙ୍ଗ ଜରିଆରେ ଦୀର୍ଘ ବର୍ଷ ହେଲାଣି ବହୁ କର୍ମଚାରୀ କାର୍ଯ୍ୟ କରି ଆସୁଛନ୍ତି । ମୁଖ୍ୟତଃ ଚାକିରୀରେ ସ୍ଥାୟୀତ୍ୱ , ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ,ସେମାନଙ୍କ ପରିବାରକୁ ଆର୍ଥିକ ଓ ସାମାଜିକ ସୁରକ୍ଷା ଆଦି ଦାବି ନେଇ ଦୀର୍ଘବର୍ଷ ହେଲାଣି ବିଗତ ଓ ବର୍ତ୍ତମାନର ସରକାରଙ୍କ ନିକଟରେ ସେମାନଙ୍କ ପକ୍ଷରୁ ଦାବି କରାଯାଇ ଆସୁଛି । କିନ୍ତୁ ସରକାର ଏମାନଙ୍କର ଏହିସବୁ ମୌଳିକ ଦାବୀପ୍ରତି କର୍ଣ୍ଣପାତ କରୁନାହାନ୍ତି । ଯାହାର ପ୍ରତିବାଦରେ ସାରା ରାଜ୍ୟର ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀମାନେ ପ୍ରତିବାଦ କରି ଆସୁଛନ୍ତି । ଏହି ପରିପେକ୍ଷିରେ ଆଜି ଜଗତସିଂହପୁର ଜିଲ୍ଲା ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ପକ୍ଷରୁ ସରକାରଙ୍କ ନିକଟରେ ପ୍ରତିବାଦ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ଯଦି ସରକାର ଯଥାଶୀଘ୍ର ଏମାନଙ୍କର ମୌଳିକ ଦାବୀପ୍ରତି କର୍ଣ୍ଣପାତ ନ କରନ୍ତି ତେବେ ନିକଟ ଭବିଷ୍ୟତରେ ଆଉଟ ସୋର୍ସିଙ୍ଗ କର୍ମଚାରିମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାର ବହୁ ସଂଖ୍ୟାରେ ଆଉଟ ସୋର୍ସିଙ୍ଗ କର୍ମଚାରୀମାନେ ଏକାଠି ହୋଇ ଦାବି ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *