ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର।

ଭଦ୍ରକ, ୨୨/୭ – ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ କରୋନାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ତୁରନ୍ତ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ପ୍ରଦାନ। କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ତାଲିକା ତୁରନ୍ତ ସଂଶୋଧନ କରି ଏଥିରେ ମୃତ୍ୟୁବରଣ କରିଥିବା ସମସ୍ତଙ୍କ ନାମ ପଂଜିକୃତ କରିବା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ପରିସରଭୁକ୍ତ ହୋଇନଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ଯୋଗାଇଦେବା, ସମସ୍ତ ଅଣସଂଗଠିତ ଶ୍ରମିକଙ୍କୁ ତୁରନ୍ତ ପଂଜିକୃତ କରି ସେମାନଙ୍କୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ସମେତ ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବା ଏବଂ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ପଂଜିକରଣ କରି ଲକଡାଉନ୍ ଓ ସଟଡାଉନ୍ ସମୟରେ ସେମାନଙ୍କୁ ଆବଶ୍ୟକୀୟ ପରିମାଣର ଆର୍ଥିକ ସହାୟତା ଓ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ଭଳି ୫ ଦଫା ଦାବି ନେଇ ଆଜି ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ଭଦ୍ରକ ଜିଲା କମିଟି ପକ୍ଷରୁ ଜିଲା ସଂପାଦକ ଡ.ରମେଶ ଚନ୍ଦ୍ର ନାୟକ, ରାମଚନ୍ଦ୍ର ଶଙ୍ଖୁଆ, ନରେନ୍ଦ୍ର କୁମାର ବିଶ୍ୱାଳ, ପର୍ଶୁରାମ ଲେଙ୍କା, ସୂର୍ଯ୍ୟମଣି ରାଉଳ, ମଧୁସୂଦନ ଓଝା, ଦିଗମ୍ବର ସ୍ୱାଇଁ ଏବଂ ଅଧିବକ୍ତା ନରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଭଦ୍ରକ ଜିଲା କମିଟି ପକ୍ଷରୁ ସାରା ଓଡ଼ିଶା ଦାବି ଦିବସ ପାଳନ ଉପଲକ୍ଷେ ଏହି ସ୍ମାରକପତ୍ର ପ୍ରଦାନ ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *