କନ୍ଧମାଳଜିଲ୍ଲାରେ ବିଜୁ ଯୁବ ଓ ଛାତ୍ର ଜନତାଦଳର ପ୍ରତିବାଦ ସଭା ।

କନ୍ଧମାଳ ତା ୨୫/୦୬/୨୦୨୫ ଫୁଲବାଣୀ ଆଜି ସ୍ଥାନୀୟ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ କନ୍ଧମାଳକ ଯୁବ ଜନତାଦଳ ଓ ଛାତ୍ର ଜନତା ଦଳର ସଭାପତି ଶ୍ରୀ ବିଷ୍ଣୁ ଚରଣ ମଲ୍ଲିକ,ଓ ସୁନିଲ ସେଠୀ ରଜ୍ୟଯୁବ ଜନତାଦଳର ସଭାପତି ଶ୍ରୀ ବ୍ୟାମକେଶ ରାୟ ଓ ଛାତ୍ରବିଯୁଜନତ ଦଳର ସଭାପତି ଶ୍ରୀ ଦେବିରଞ୍ଜନ୍ ତ୍ରିପାଠୀ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ତିନି ଶହରୁ ଅଧିକ ଛାତ୍ର ଛାତ୍ରୀ ମହା ବିଦ୍ୟାଳୟର ମୁଖ୍ୟ ଫାଟକ ଆଗରେ ଏକତ୍ରିତ ହୋଇ ଚଳିତ ମୋହନ ମାଝୀ ତଥା ବି,ଯେ,ପି, ସରକାରଙ୍କ ଏକ ବର୍ଷଭିତରେ କି ପ୍ରକାର ଛାତ୍ରୀ ମାନଙ୍କୁ ଗଣ ଦୁଷ୍କର୍ମ ହେଉଅଛି ତାହାରି ବିରୁଦ୍ଧରେ ସ୍ଳୋଗାନ ଦେଇ ଗୋପାଳପୁରରେ ଜଣେ ବୁଲିଆସିଥିବ। ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ କରଗଲ। କେଉଁଝର ରେ ମଧ୍ୟ ସେହି ପରି ଛାତ୍ରୀ କୁ ଗଣଦୁଷ୍କର୍ମ ଓ କନ୍ଧମାଳ ଟିକାବାଲି ଅଞ୍ଚଳରୁ ଜଣେ ଛାତ୍ରିକୁ ପାଞ୍ଚ ଜଣ ଦୁର୍ବୃତ ଟେକି ନେଇ ତାକୁ ଗଣ ଦୁଷ୍କର୍ମ କରି ସାରିବା ପରେ ପୋଡ଼ି ଜୀବନରେ ମାରି ଦିଆଗଲା, ସେହି ପରି ଯାଜପୁର ବିରଜା ମନ୍ଦିର ଓ ଭୁବନେଶ୍ବର ରେ ମହିଳା ଙ୍କୁ କିପରି ଭାବରେ ଗଣଦୁଷ୍କର୍ମ ହେଉ ଅଛି , ତାହା ଚଳିତ ମୋହନ ସରକାର ଦେଖି ନଦେଖିଲା ପରି ପୂପି ସାଜୁଛି।ଚଳିତ ସରକାର ଏକ ବର୍ଷ ଭିତରେ ନାରୀ ଓ ଛାତ୍ରୀ ମାନଙ୍କୁ ସୁରକ୍ଷା ଦେଇନପାରୁଥିବାରୁ ଏହି ସରକାର ସରକାରରେ ନ ରହି ଇସ୍ତଫା ଦେବାକୁ ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ଛାତ୍ର ସଭାପତି ଗଣ ମାଧ୍ୟମକୁ ପ୍ରତି କ୍ରିୟା ଦେଇଥିଲେ ।ଏହି ମହତ କାମରେ ଛାତ୍ର ଉପସଭାପତି ବିଷ୍ଣୁ ପ୍ରସାଦ ବେହେରା, ପ।ଞ୍ଚିଲ୍ ବେହେର।, ପ୍ରବୀଣ ବେହେରା, ରାଜ୍ୟ ଛାତ୍ର ସମ୍ପାଦକ ଶ୍ରୀ ସତ୍ରୁଘନନ ମହାନନ୍ଦି ଆ ଯୁବଜନତ। ଦଳର କାର୍ତ୍ତିକ ସାହାଣୀ, ପାର୍ଥ ସାରଥି ବିଶ୍ଵାଳ, ଜୟବେହେରା, ଓ ଜିଲ୍ଲା ସମ୍ପାଦକ ଦାରୁଣ ବେହେରା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।