5ଟି ସଚିବଙ୍କ ଗସ୍ତକୁ ଉଦଳା ବିଧାୟକଙ୍କ ବିରୋଧ

ଉଦଳା : 5ଟି ସଚିବଙ୍କ ବ୍ୟୟବହୁଳ ସରକାରୀ ଗସ୍ତକୁ ସମାଲୋଚନା କରିଛନ୍ତି ଉଦଳା ବିଧାୟକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଧେଇ। ଜଣେ ପ୍ରଶାସନିକ ଅଧିକାରୀ ଗସ୍ତ ଲାଗି ରାଜ୍ୟ ରାଜା କୋଷରୁ ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ କରାଯିବ ସୁସ୍ଥ ଗଣତନ୍ତ୍ର ର ଲାଗି ଶୁଭଙ୍କର ନୁହେଁ। ସାରା ରାଜ୍ୟରେ 147 ଟି ନିର୍ବାଚନ ମଣ୍ଡଳୀରେ 5ଟି ସଚିବଙ୍କ ଗସ୍ତ କାର୍ଯ୍ୟ କ୍ରମ ରହିଥିବା ସମୟରେ ଏଥିଲାଗି ଆନୁମାନିକ 500ରୁ 600କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ସ୍ଥାନୀୟ ବିଧାୟକ ମତ ପ୍ରକାଶ କରିଛନ୍ତି । ଏହି ବ୍ୟୟ ବହୁଳ ଖର୍ଚ୍ଚ କୁ ବିଧାୟକ ହିସାବରେ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି । ଜନ ଅଭିଯୋଗ ଶୁଣାଣି ଆଳନେଇ ଉକ୍ତ କାର୍ଯକ୍ରମ ଚତୁରତା ସହ କରା ଯାଉଥିବାରୁ ଆମ ବିରୋଧ କୁ ସାଧାରଣ ଜନତା ଭୁଲ ବୁଝି ପାରନ୍ତି ବୋଲି ସେ ତାଙ୍କର ମତ ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *