ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ବିରୋଧ କରି ଅବିଭାବକ ସ୍କୁଲ ଗେଟ ସମ୍ମୁଖରେ ବସିଲେ

ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ବିରୋଧ କରି ଅବିଭାବକ ସ୍କୁଲ ଗେଟ ସମ୍ମୁଖରେ ବସିଲେ,ପୋଲିସ ଉପସ୍ଥିତିରେ ଶିକ୍ଷୟିତ୍ରୀ ଗଲେ ସ୍କୁଲକୁଯୋଡା,୨୫/୯ କେନ୍ଦୁଝର ଜିଲ୍ଲା ଯୋଡା ପୌର ପାଳିକ। ଅନ୍ତର୍ଗତ ୧୧ନଂ ୱାର୍ଡର କମାରଯୋଡା ୟୁପିଏମଇ ସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଭାଗ ପକ୍ଷରୁ ହୋଇଥିବା ଅନ୍ୟତ୍ର ବଦଳି ନୋଟିସକୁ କାର୍ଯ୍ୟକାରୀ କରିବା ନେଇ ଅଭିଭାବକ ମାନେ ଦାବି କରିଥିବା ଜଣାପଡିଛି ।ସୋମବାର ପୂର୍ବାହ୍ନରେ ସ୍ଥାନୀୟ ୧୧ନଂ ୱାର୍ଡ କାଉନସିଲର ବରୁଣ ଅ।ପଟ୍ଟ ଙ୍କ ନେତୃତ୍ୱରେ ବହୁ ଅଭିଭାବକ ସ୍କୁଲ ର ଗେଟ ସମ୍ମୁଖରେ ବସି ରହିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ କାଉନସିଲର ବରୁଣ ଅ।ପଟ୍ଟ ଏ ନେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ସ୍କୁଲରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅଧ୍ୟୟନ କରନ୍ତି ।ଏହି ସ୍କୁଲ ରେ ଗୋଟିଏ କସ୍ତୁରବା ଗାନ୍ଧୀ ହଷ୍ଟେଲ ଓ ଗୋଟିଏ ଆଦିବାସୀ ହରିଜନ ହଷ୍ଟେଲ ରହିଛି ।ଏଥିରେ ପ୍ରାୟ ୨୫୦ ରୁ ଉର୍ଦ୍ଧ୍ବ ଅନ୍ତେବାସୀନୀ ରହୁଛନ୍ତି । ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଏହି ଦୁଇ ହଷ୍ଟେଲ ଦାୟିତ୍ୱରେ ଅଛନ୍ତି ।ତେବେ ଛାତ୍ରୀ ମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆ ଯିବ। ସହିତ ସ୍କୁଲ ମେନୁ ଅନୁଯାୟୀ ଖାଦ୍ୟ ଦିଆ ଯାଉ ନାହିଁ ।ସ୍କୁଲ ପରିଚଳନ। କମିଟି କୁ ବେଖ। ତି ର କରି ପ୍ରଧାନ ଶିକ୍ଷୟିତ୍ରୀ ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି,ଅନେକ ସମୟରେ ଅନ୍ତେବାସୀନୀ ଙ୍କୁ ଓ ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ଧମକ ଦେବା ପ୍ରଭୃତି ପୂର୍ବରୁ ଅଭିଯୋଗ ହୋଇ ଥିଲା ।ଉକ୍ତ ଅଭିଯୋଗ କୁ ଆଧାର କରି ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କର। ଯାଇ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଅନ୍ୟତ୍ର ବଦଳି ନୋଟିସ ଜାରି କର। ଯାଇଥିଲା ।ମାତ୍ର ଏକ ମାସ ରୁ ଉର୍ଦ୍ଧ୍ବ ସମୟ ବିତି ଯାଇ ଥିଲେ ସୁଦ୍ଧା ପ୍ରଧାନ ଶିକ୍ଷୟିତ୍ରୀ ଅନ୍ୟତ୍ର ସ୍କୁଲ କୁ ଯାଇ ନ ଥିଲେ ।ତେବେ ସ୍କୁଲ ର ଅସନ୍ତୁଷ୍ଟ ଅଭିଭାବକ ମାନେ ତାଙ୍କ ବଦଳି କୁ କାର୍ଯ୍ୟ କ।ରି କରିବା ଦାବି କରିବା ସହିତ ସ୍କୁଲ ଗେଟ ସମ୍ମୁଖରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ସ୍କୁଲ ଭିତରକୁ ପ୍ରବେଶ କରାଇ ନ ଦେବା ଉଦ୍ଦେଶ୍ୟ ରେ ବସି ରହି ଥିଲେ ।ତେବେ ଏହି ଘଟଣା ପରେ ଘଟଣା ସ୍ଥଳରେ ଯୋଡା ପୋଲିସ ପହଞ୍ଚିବା ପରେ ପୋଲିସ ର ଉପସ୍ଥିତି ରେ ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲ ମଧ୍ୟ କୁ ପ୍ରବେଶ କରି ଥିଲେ । ଏ ନେଇ ଯୋଡା ବିଇ ଓ କ୍ଷେତ୍ରମୋହନ ହ।ସଦା ଙ୍କୁ ଯୋଗାଯୋଗ କର।ଯାଇଥିଲେ ହେଁ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା ।

ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *