ଭଣ୍ଡାରିପୋଖରୀ ମେଡିକାଲକୁ ଅକ୍ସିଜେନ କନସେଣ୍ଟଟ୍ରେଟର ପ୍ରଦାନ।


ଭଦ୍ରକ, ୨୧/୭ – ଭଦ୍ରକ ଜିଲ୍ଲା ଯୁବ ଯାଦବ ସଂଘ ଓ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଜି ଦଶ ଲିଟର କ୍ଷମତା ବିଶିଷ୍ଟ ଏକ ଅକ୍ସିଜେନ କନସେଣ୍ଟଟ୍ରେଟର ପ୍ରଦାନ କରାଯାଇଛି । ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ ରୋଗୀଙ୍କୁ ସେବା ପ୍ରଦାନ କରିବାରେ ସହାୟକ ହେବା ଉଦ୍ଦେଶ୍ୟରେ ଜିଲ୍ଲା ଯୁବ ଯାଦବ ସଂଘ ଓ ଉତ୍କଳ ସାମ୍ବାଦିକ ସଂଘର ମିଳିତ ଉଦ୍ୟମରେ ପ୍ରଦାନ କରାଯାଇଛି । ଜିଲ୍ଲା ଯୁବ ଯାଦବ ସଂଘ ଓ ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ରବିନାରାୟଣ ଖିଲାର, ଯୁବ ଯାଦବ ସଂଘର ରାଜ୍ୟ ସମ୍ପାଦକ ଅମର ନାୟକ, ଶୁଭ୍ରଜିତ ପରିଡା, ବାସନ୍ତିଲତା ପରିଡା, ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ, ସଞ୍ଜିବ ନାୟକ, କୃଷ୍ଣଚନ୍ଦ୍ର ବେହେରା, ପିତାମ୍ବର ପରିଡା, ନିତ୍ୟାନନ୍ଦ ବେହେରା, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ବାରିକ, ଯାଦବ ସଂଘ ବ୍ଲକ ସଭାପତି ଧ୍ରୁବଚରଣ ବାରିକ, ସମ୍ପାଦକ ହରେକୃଷ୍ଣ ନାୟକ, ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ଉପଦେଷ୍ଟା ପ୍ରକାଶ ମହାପାତ୍ର, ଶ୍ୟାମସୁନ୍ଦର ମହାପାତ୍ର, ରାଜକିଶୋର ବେହେରା ପ୍ରମୁଖ ଡାକ୍ତର କୌସ୍ତୁଭ ଦେବଦତ୍ତ ମଲ୍ଲିକ, ସ୍ୱାସ୍ଥ୍ୟପରିଦର୍ଶକ ମନୋରଞ୍ଜନ ରାଉତ, କର୍ମଚାରୀ ଅନୁପମା ଦାସ, ଲଲାଟ ପାଢୀ ପ୍ରମୁଖଙ୍କୁ ଅକ୍ସିଜେନ କନସେଣ୍ଟଟ୍ରେଟର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *