“ଉର୍ଜାବାନ ଓଡିଶା” ସାମାଜିକ ସଂଗଠନର ଲୋକାର୍ପଣ

ପୁରୀ ୯/୭- ଆଜି ପବିତ୍ର ନେତ୍ରୋତ୍ସବ ଉପଲକ୍ଷେ ପୁରୀର ଯୁବ ସମାଜସେବୀଙ୍କ ଉଦ୍ୟମରେ ଉର୍ଜାବାନ ଓଡିଶା” ସାମାଜିକ ସଂଗଠନର ଲୋକାର୍ପଣ ହେଇଯାଇଛି l କରୋନା ମହାମାରୀ ଯୋଗୁଁ ଶ୍ରୀମନ୍ଦିରରେ ଶ୍ରୀଜିଉ ମାନଙ୍କର ଦର୍ଶନ ବନ୍ଦ ଥିବାବେଳେ ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଶ୍ରୀମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ l ସମାଜସେବାର ଲକ୍ଷ୍ୟ ନେଇ ନିଃସହାୟ ଲୋକଙ୍କ ଅନ୍ତ୍ୟୋଦୟ , ସବୁଜ ବନାନୀ ସୃଷ୍ଟି, ଯୋଗ ପ୍ରାଣାୟାମ ଦ୍ଵାରା ବ୍ୟକ୍ତି ସୁସ୍ଥତା , ନାରୀ ମାନଙ୍କୁ ସମାଜରେ ସୁଦୃଢ଼ କରିବା, ଯୁବ ପ୍ରତିଭାଙ୍କର ଲୁକ୍କାୟିତ ପ୍ରତିଭାଙ୍କୁ ସମ୍ମାନିତ କରିବା, ଅନାହାର ଜୀବକୁ ଖାଦ୍ୟ ବିତରଣ ତଥା ପାଠ ପଢିବା ପାଇଁ ସଚେତନତା ସୃଷ୍ଟି ଏହି ସଂଗଠନ ମୁଖ୍ୟ ଲକ୍ଷ୍ୟ l ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସଂଗଠନର କାର୍ଯ୍ୟକର୍ତ୍ତା. ରାଷ୍ଟ୍ରୀୟ ସଂସ୍କୃତ ମହାବିଦ୍ୟାଳୟର ଛାତ୍ରୀ ସମାଜସେବୀ ନିହାରିକା ତ୍ରିପାଠୀ, ଯୁବ ସମାଜସେବୀ ସନ୍ତୋଷ ସେନାପତି, ସୀତାରାମ ସେନାପତି ଦେବେନ୍ଦ୍ର ସୁବୁଦ୍ଧି, ମନୋଜ ପାତ୍ର ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *