127 ବାଟାଲିୟନ CRPF ଦ୍ୱାରା ଜନସମ୍ପର୍କ ଶିବିର ଆୟୋଜିତ

ବାଟାଲିୟନ CRPF ଯୋକି ନକ୍ସଲ ବିରୋଧୀ କାର୍ଯ୍ୟ ପାଇଁ ପୋଲିସ ଷ୍ଟେସନ ବେଲଘର ନିୟୋଜିତ | ବେଲଘର ନିକଟସ୍ଥ ସରଦପୁର, ମେଣ୍ଡାବାରୁ, ବେଲା ସାରଦା, କରଜାଣ୍ଡି, ଜାଜୋଙ୍ଗୀ ଏବଂ ଝିରିପାଣି ଗାଁ ର ଗରିବ ପରିବାର ଲୋକମାନଙ୍କୁ କମାଣ୍ଡେଣ୍ଟ -127 ବାଟାଲିୟନ CRPF ତଥା ବଟାଲିୟନ ଅନ୍ୟ କର୍ମୀ, ସ୍ଥାନୀୟ ପ୍ରଶାସନ ରୁ ବନ ରେଞ୍ଜର ବେଲଘର,, ବେଲଘର, ଥାନା ଅଧିକାରୀ ,ଝିରିପାଣି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସରପଞ୍ଚ ଝିରିପାଣି ର ସହିତ କ୍ଷେତ୍ର ର ଅନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ରେ ମାଗଣା ଔଷଧ ଓ କମଳ ବଣ୍ଟନଯାଇଅଛି । ଏହି କାର୍ଯ୍ୟକ୍ରମ ଭାରତ ସରକାର, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାନବିକ ନାଗରିକ ଆର୍ଥିକ ସହାୟତା ଯୋଜନା ଅଧୀନରେ ଏହି ପ୍ରକ୍ରିୟା ଆୟୋଜିତ ହୋଇଥିଲା | ଏହି ଯୋଜନ ଅଧୀନରେ ସମୁଦାୟ 500 ରୁ ଅଧିକ ଲୋକ ଉପକୃତ କରାଯାଇଅଛି, ଏହି ସମୟ ରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା | କମାଣ୍ଡାଣ୍ଟ -127 ବାଟାଲି୍ୟାନ କହିଛନ୍ତି ଯେ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ।
ରିପୋର୍ଟର – ଭବାନି ଶଙ୍କର ଜେନା