ଜଗତସିଂହପୁର ଜିଲ୍ଲାରୁ ଓଡିଶୀ ନୃତ୍ୟର ମହକ ଆଣିଲେ ପୁନମ ସାହୁ l

ଜଗତସିଂହପୁର – ୨୬. ୫- ଜଗତସିଂହପୁର ଜିଲ୍ଲାର ଉପକୂଳ ଅଂଚଳରୁ ଓଡିଶୀ ନୃତ୍ୟ ରେ ମହକ ଆଣିଛନ୍ତି ଜିଲ୍ଲାର ବାଲିକୁଦା ବ୍ଲକ ଅଢ଼ ଙ୍ଗା ଗ୍ରାମର ଚାଷୀମୁଲି ଆ ପରିବାର ପିତା ପ୍ରକାଶ ସାହୁ ଓ ମାତା ମଧୁମିତା ଙ୍କ ଝିଅ ପୁନମ, ପିଲାଟିଦିନରୁ ନୃତ୍ୟପ୍ରତି ରୁଚିଥିବାର ଦେଖି ଜେଜେବାପା ସୁରେନ୍ଦର ସାହୁ ନାତୁଣୀକୁ ବାଲିକୁଦା ମାଛଙ୍ଗା ନିକଟରେ ଥିବା ଅଳକା ଡ୍ୟାନ୍ସ ଏକାଡେମୀରେ ନାମଲେଖାଇଥିଲେ, ପୁନମ ପ୍ରାଥମିକ ଅବସ୍ଥାରୁ ତାଙ୍କର ନୃତ୍ୟର ପର୍ଦାର୍ଷିତା ଦେଖେଇବା ଆରମ୍ଭ କରିଥିଲେ l ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବେସ କୃତିତ୍ୱ ଅର୍ଜନ କରିଥିଲେ l ଝିଅର ନୃତ୍ୟପ୍ରତି ଆଗ୍ରହ ଦେଖି ବାପ ପ୍ରକାଶ ସାହୁ ଝିଅକୁ ଭୁବନେଶ୍ୱର ସ୍ଥିତ ପଦାମୃତ ଡ୍ୟାନ୍ସ ଏକାଡେମୀରେ ନାମଲେଖାଇ ଗୁରୁ ସୌମ୍ୟସୁଚରିତା ପାଲ ଓ ଗୁରୁ ବିଜନ କୁମାର ପଳାଇଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରି ରାଜ୍ୟ ତଥା ଆନ୍ତଃରାଜ୍ୟ ସ୍ଥରରେ ଓଡିଶୀ ନୃତ୍ୟ ପରିବେଷଣ କରି ବେସ ପ୍ରଶଂସହିତ ହୋଇଛନ୍ତି l ଓଡିଶୀ ନୃତ୍ୟରେ ପର୍ଦାର୍ଷିତା ପାଇଁ ତାଙ୍କୁ ପଦାମୃତ ଡ୍ୟାନ୍ସ ଏକାଡେମୀ ତରଫରୁ ଭାରତର ସନ୍ନମାନ ଜନକ ସିସିଆର୍ଟି ପୁରସ୍କାର ପ୍ରଦାନ କରାଯାଇଛି l ଏହି ସଫଳତା ପାଇଁ ପୁନମ ମାଛଙ୍ଗା ଅଳକା ଡ୍ୟାନ୍ସ ଏକାଡେମୀର ଗୁରୁ, ପରିଚାଳକ, ପିତା, ମାତା, ଏବଂ ଭୁବନେଶ୍ୱର ପଦାମୃତ ଡ୍ୟାନ୍ସ ଏକାଡେମୀର ଗୁରୁ, ମାନଙ୍କୁ ଶ୍ରେୟ ଦେଇଛନ୍ତି, ପୁନମଙ୍କ ଲକ୍ଷ ଭବିଷ୍ୟତରେ ଜଣେ ଓଡ଼ିଶା ନୃତ୍ୟ ଶିଳ୍ପୀ ହୋଇ ଦେଶର ମର୍ଯ୍ୟଦା ରଖିବେ l