ହଜିଗଲା ମାନବିକତା,, ତଳି ଖାଇବାରୁ ଗୋମାତାଙ୍କୁ ଦଣ୍ଡ


ଥାନା ଆଗରେ ମାକୁ ଖୋଜୁଛି କଅଁଳ ଛୁଆ,, ଖାଲି ହମ୍ବାରଡ଼ି ଛାଡ଼ୁଛି ଆଉ ସେ ହମ୍ବାରଡ଼ି ଶବ୍ଦରେ ଲୁଚି ରହିଛି ମାକୁ ଖୋଜୁଥିବାର ଦୃଶ୍ୟ |ଖାଇବାକୁ ଦେଲେବି ମୁହଁ ଫେରାଉଛି ଦୁଇ ମାସର କଅଁଳା ଛୁଆ କାରଣ ସେହି କଅଁଳା ଛୁଆଟି ର ମାକୁ କେହି ଜଣେ ବାନ୍ଧିକି ରଖିଛି |
ଦର୍ଶକ ବନ୍ଧୁ ଏଭଳି ଘଟଣା କୌଣସି ମଣିଷ ସାଙ୍ଗରେ ଘଟିନାହିଁ । ବରଂ ଏଭଳି ଘଟଣା ଦୁଇ ମାସର କଅଁଳା ବାଛୁରୀ ସାଙ୍ଗରେ ଘଟିଛି ।କାରଣ ତା ମା କାଳେ କାହାର ଦୁଇ ବୁଦା ଧାନତାଳି ଖାଇଦେଇଛି ଆଉ ସେଥି ପାଈଁ ମା ଗାଇ ଟିକୁ ଚାରିଦିନ ଧରି ବାନ୍ଧି ରଖିଛନ୍ତି ଧାନ ତଳି ପକାଇଥିବା ମାଲିକ |
ସୂଚନାମୁତାବକ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିନ ଗେଲପୁର ଗ୍ରାମର ରିତାରାଣୀ ମଲ୍ଲିକ (ପୂଜା)ନାମକ ମହିଳାଙ୍କର ଚାରିଦିନ ତଳେ ମା” ଗାଇ ଟି ହଜିଯାଇଥିଲା ଓ ତାହାର ଦୁଇ ମାସର କଅଁଳ ବାଛୁରୀ ଟିଏ ଥୁବାରୁ ଅନେକ ଖୋଜାଖୋଜି କରିଥିଲେ ଗାଈ ମାଲିକ ତେବେ କୌଣସି ସୂତ୍ରରୁ ଖବର ପାଇଥିଲେ କି ସେହି ଗେଲପୁର ଗ୍ରାମର ସନା ଜେନା ନାମକ ବ୍ୟକ୍ତି ଗାଇଟିକୁ ବାନ୍ଧି ରଖିଛନ୍ତି ତେବେ ଗାଈ ମାଲିକ କାରଣ ଖୋଜିବାରୁ ସନା ଜେନା କହିଥିଲେ କି ଗାଈ ତାଙ୍କର ତଳି ରୁଆ ବିହନ କୁ ଖାଇଦେଇଛି ତେଣୁ ତାଙ୍କର କ୍ଷତି ହୋଇଛି ତେଣୁ ସେ ଗାଇଟିକୁ ଛାଡିପାରିବେ ନାହିଁ କିନ୍ତୁ ଗାଈ ମାଲିକ ପୂଜା କ୍ଷତିପୂରଣ ଦେବା ପାଇଁ ସନା ଜେନାକୁ କହିଥିଲେ ଏବଂ କ୍ଷତିପୂରଣ ବାବଦକୁ 2000 ଟଙ୍କା ଫୋନ ପେ ମାଧ୍ୟମରେ ସନା ଜେନାଙ୍କୁ ଦେଇଥିଲେ ପୂଜା| କିନ୍ତୁ 2000 ଟଙ୍କା ପାଇବା ପରେ ମଧ୍ୟ ସନା ଜେନା ଗାଇଟିକୁ ଛାଡ଼ିନଥିଲେ ପୁଣି 10 ହଜାର ଟଙ୍କା ଦାବିକରିଥିଲେ | ଶେଷରେ ନିରାଶ ହୋଇ ଥାନାରେ ଦ୍ୱାରସ୍ତ ହୋଇଛନ୍ତି ଗାଈ ମାଲିକ ରିତାରାଣୀ ମଲ୍ଲିକ |
ତେବେ ଦର୍ଶକ ବନ୍ଧୁ ସତରେ କଣ ମଣିଷର ମାନବିକତା ହଜିଯାଇଛି ନା ମାନସିକତା ଅତି ଘୁର୍ଣ୍ୟ ହୋଇଯାଇଛି ଯାହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।ମଣିଷ ଏଠି ଜ୍ଞାନ ହୀନ ହୋଇଯାଇଛି କାରଣ ଆମେ ପୂଜା କରୁଥିବା ଗୋମାତାଙ୍କୁ ସମ୍ମାନ ତ ଦେବା ଦୂରର କଥା ଗୋମାତା ର ଦୁଇ ମାସର କଅଁଳ ବାଛୁରୀ କଥା ବି ମଣିଷ ଚିନ୍ତା ବି ଟିକେ କଲା ନାହିଁ |

Leave a Reply

Your email address will not be published. Required fields are marked *