ପୁରୀ ଜିଲ୍ଲା ଦିଶା ବୈଠକ ଅନୁଷ୍ଠିତ

ପୁରୀ ୨୧/୧ – ପୁରୀ ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପରିଚାଳନା କମିଟି ବା ଦିଶା ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ପୁରୀ ଲୋକସଭା ସାଂସଦ ପିନାକୀ ମିଶ୍ର ଅଧ୍ୟକ୍ଷତା କରିବା ସହ ସମସ୍ତ ସରକାରୀ ଯୋଜନା ଜନସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ।ତେଣୁ ପ୍ରତ୍ୟେକ ବିଭାଗ ନିଷ୍ଠାର ସହ କାର୍ଯ୍ୟ କରି ଲୋକ ମାନଙ୍କୁ ତାହାର ସୁଫଳ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ।ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରିଡା ଓ ଯୁବସେବା ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା,ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ, ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଶଂଗ୍ରହଣ କରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପାଇଁ ୭୫୯୪.୦୦ ଲକ୍ଷ ଟଙ୍କା ମଧ୍ୟରୁ ୪୯୫୨.୦୦ ଲକ୍ଷ ଟଙ୍କା ବିନିଯୋଗ ହୋଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।ସେହିପରି ସମାଜ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, ମଧ୍ୟାହ୍ନ ଭୋଜନ, ସର୍ବ ଶିକ୍ଷା ଅଭିଯାନ, ଗ୍ରାମୀଣ ଜ୍ୟୋତି ଯୋଜନା ଓ ଉଦୟ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଡିଜିଟାଲ ଇଣ୍ଡିଆ, ମନରେଗା ଯୋଜନା,ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, ସ୍ୱଛ ଭାରତ ମିଶନ,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଇତ୍ୟାଦି ଯୋଜନା ସମ୍ପର୍କରେ ଆଲୋଚନା କରାଯାଇ ପ୍ରକଳ୍ପ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାକୁ ସାଂସଦ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ।ପ୍ରାରମ୍ଭରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ସମସ୍ତ ଙ୍କୁ ସ୍ୱାଗତ କରିବା ସହ ବୈଠକ ପରିଚାଳନା ରେ ସହଯୋଗ କରିଥିଲେ।ଏଥିରେ ଜିଲ୍ଲା ପରିଷଦ ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *