ରାଜ୍ୟ ଉନ୍ନୟନ କମିଶନର ଙ୍କ ପ୍ରସ୍ତାବିତ ବିମାନ ବନ୍ଦର କାର୍ଯ୍ୟ ପରିଦର୍ଶନ

ପୁରୀ : ଆଜି ପୂର୍ବାହ୍ନରେ ରାଜ୍ୟ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ପ୍ରସ୍ତାବିତ ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ର ପରିଦର୍ଶନ କରିଥିଲେ।୧୧୬୪.୮୩୬ ଏକର ପରିମିତ ଏହି ପ୍ରକଳ୍ପ ସଂଲଗ୍ନ ଓ ସିପସୁରୁବୁଲି ପାର୍ଶ୍ଵ ପାଚେରୀ ନିର୍ମାଣ,ପୁରୀ ପାର୍ଶ୍ଵରୁ ବିମାନ ବନ୍ଦର କୁ ସଂଯୋଗ ଓ ମଙ୍ଗଳା ନଦୀ ଉପରେ ନିର୍ମାଣ ବ୍ରିଜ କାର୍ଯ୍ୟ କୁ ମଧ୍ୟ ପରିଦର୍ଶନ କରି ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଏହାକୁ ତ୍ୱରାନ୍ୱିତ ପାଇଁ ପରାମର୍ଶ ଦେଇଥିଲେ।ପାଇପ ମାଧ୍ୟମରେ ଜଳ ଯୋଗାଣ ବିଦ୍ୟୁତ ସଂଯୋଗ ଇତ୍ୟାଦି କାର୍ଯ୍ୟର ମଧ୍ୟ ଶ୍ରୀମତୀ ଗର୍ଗ ଅନୁଧ୍ୟାନ କରିଥିଲେ।ଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଭବତାରଣ ସାହୁ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *