ନୂଆବର୍ଷ ଓ ଖ୍ରୀଷ୍ଟମାସ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ

ନୂଆବର୍ଷ ଓ ଖ୍ରୀଷ୍ଟମାସ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ।ପୁରୀ ଏସପି କେ. ବିଶାଲ ସିଂହଙ୍କ ନେତୃତ୍ବରେ ଅପରାଧୀଙ୍କ ବିରୁଦ୍ଧରେ ପୁରୀ ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍ ଜାରୀ ରହିଛି। ଗତ ଦୁଇ ଦିନ ମଧ୍ୟରେ ବାସଳୀ ସାହି,କୁମ୍ଭାରପଡ଼ା ଓ ତାଳବଣିଆ ଥାନା ପୋଲିସ ଦ୍ବାରା ଚଢାଉ କରାଯାଇ ୧୪ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।କୁମ୍ଭାରପଡ଼ା ପୋଲିସ ଦ୍ବାରା ୪ ଜଣ,ବାସଳୀ ସାହି ଥାନା ପୋଲିସ ଦ୍ବାରା ୫ ଜଣ ଓ ତାଳବଣିଆ ଥାନା ପୋଲିସ ଦ୍ବାରା ୫ ଜଣଙ୍କୁ ଗିରଫ କରାଯାଇଛି।ସେମାନଙ୍କ ଠାରୁ ଦୁଇଟି ଜୀବନ୍ତ ବୋମା,ଭୁଜାଲି,ଛୁରୀ,ଖଣ୍ଡା,୬ ଟି ଲୁହା ରଡ଼ ଜବତ,ଖାଲି ବିୟର ବୋତଲ ,ଲଙ୍କାଗୁଣ୍ଡା ଜବତ ହୋଇଛି।ସେହିପରି ବେଆଇନ ନିଶା କାରବାର ଅଭିଯୋଗରେ ୭ ଜଣ ,୨୨ ଜଣଙ୍କୁ ଜାମିନ ବିହୀନ ଗିରଫ ପରୱାନା ବଦକରେ ଗିରଫ କରାଯାଇଛି।ସେହିପରି ସିଆରପିସିର ୫୧୦ ଧାରାରେ ୨୬ ଜଣଙ୍କୁ ପିଆର ଦିଆଯାଇଛି। ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଏସପି ସୁଶୀଲ ମିଶ୍ର ଏହି ସୂଚନା ଦେଇଛନ୍ତି ।ପୁରୀ ପୋଲିସର ଏହି ସଫଳତା ପାଇଁ ଏସପି କେ.ବିଶାଲ ସିଂହ ଧନ୍ୟବାଦ୍ ଜଣାଇଛନ୍ତି ।ଆଗକୁ ମଧ୍ୟ ଅପରାଧୀଙ୍କ ବିରୁଦ୍ଧରେ ପୋଲିସର ଏହି ଡ୍ରାଇଭ୍ ଜାରୀ ରହିବ।