ରଥଯାତ୍ରା ପାଇଁ ଅପରାଧ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କଲା ପୁରୀ ପୋଲିସ୍ ।

ରଥଯାତ୍ରା ପାଇଁ ଅପରାଧ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କଲା ପୁରୀ ପୋଲିସ୍ । ପୋଲିସ୍ ସ୍କାନର ରେ ବଡ ଵଡ ଅପରାଧୀ ।ପୋଲିସର ସ୍ବତନ୍ତ୍ର ସ୍କ୍ୱାର୍ଡ ଦ୍ଵାରା ୬ ଟି ଦେଶ କଣ୍ଟ୍ରି ମେଡ୍ ବନ୍ଧୁକ ,୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ,୨୦ ରୁ ଅଧିକ ଜୀବନ୍ତ ଗୁଳି ଜବତ ।ଆଗକୁ ରଥଯାତ୍ରା ଥିବାରୁ ଅପରାଧ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ କରିଛି ସ୍ବତନ୍ତ୍ର ଷ୍ଟ୍ରାଟେଜି ।ଡି ଜି ପି ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଏସପି ଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଅପରାଧ ନିୟନ୍ତ୍ରଣ ଅଭିଯାନ ।ବଛା ବଛା ପୋଲିସ୍ ଅଧିକାରୀଙ୍କୁ ନେଇ ଏସପି ଗଠନ କରିଛନ୍ତି ସ୍ବତନ୍ତ୍ର ଟିମ୍ ।

ସହର ଓ ଆଖପାଖ ଅଞ୍ଚଳରେ ଚଢାଉ କରି ୫ ରୁ ଅଧିକ ବଡ ବଡ ଅପରାଧୀ ଙ୍କୁ ଉଠାଇ ନେଇ ସେମାନଙ୍କ ଅପରାଧ ଇତିହାସ ଖୋଳ ତାଡ଼ ଆରମ୍ଭ କରାଯାଇଛି ।ପୋଲିସ ଟିମ୍ ର ଚଢାଉ ଜାରି ରହିଥିବା ବେଳେ ପୋଲିସ ଟାର୍ଗେଟ ରେ ରହିଛନ୍ତି ପ୍ରାୟ ୫୦ ଜଣ ଅପରାଧୀ ।ଏହି ଅପରାଧୀ ମାନେ ବଡ଼ଦାଣ୍ଡ ,ବେଳାଭୂମି, ବସ୍ତି ଅଞ୍ଚଳ ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ରୁ ବଟି ଆଦାୟ କରି ଅପରାଧ ସାମ୍ରାଜ୍ୟ ବିସ୍ତାର କରିଛନ୍ତି ।