ମାନବିକତା ଦେଖାଇଲେ ପୁରୀ ଆରଟିଓ

ପୁରୀ: ୯ /୧୨- ବିଳମ୍ବିତ ରାତିରେ ପୁରୀ ରୋଡ଼ ମଙ୍ଗଳାହାଟ କ୍ରସିଂଙ୍ଗ ଦେଇ ଖୁବ ସ୍ପିଡ଼ ରେ ଆସୁଥିବା ଗୋଟାଏ ପାସେଞ୍ଜର ଅଟୋ ରିକ୍ସା ଭାରସାମ୍ୟ ହରାଇ ଓଲଟି ପଡି ଥିବାରୁ ଗାଡି ର ଡ୍ରାଇଭର ଙ୍କ ସମେତ ଆଉ ଜଣେ ପାସେଞ୍ଜର ଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା l ଘଟଣା ସ୍ଥଳ ରେ ପୋଲିସ ଏନ୍ଫୋର୍ସମେଣ୍ଟ ସହିତ ସ୍ପେସିଆଲ ଡ୍ରାଇଭ ଡିଉଟି ରେ ଥିବା ପୁରୀ ଆରଟିଓ ରବିନ ପଟ୍ଟନାୟକ ଏବଂ କର୍ମଚାରୀ ମାନେ ଦୁର୍ଘଟଣା ରେ ଆହତ ବ୍ୟକ୍ତି ଙ୍କୁ ନିଜ ଅଫିସ ଗାଡି ରେ ତୁରନ୍ତ ପୁରୀ ବଡ଼ ମେଡିକାଲ ନେଇ ଚିକିତ୍ସା କରାଇ ଡ୍ରାଇଭର ଙ୍କ ସମେତ ଆଉ ଜଣେ ଆହତ ଙ୍କ ଜୀବନ ବଞ୍ଚାଇଥିଲେ l ଆରଟିଓ ଶ୍ରୀ ପଟ୍ଟନାୟକ ଓ ତାଙ୍କ ଟିମ ଙ୍କ ଏ ମହତ କାର୍ଯ୍ୟ ଓ ମାନବିକତା ପାଇଁ ପୁରୀ ସହର ରେ ସାଧାରଣ ଜନତା ଓ ବୁଦ୍ଧିଜୀବୀ ଖୁବ ପ୍ରଶଂସା କରିଛନ୍ତି l ରାସ୍ତା ର ଆହତ ବ୍ୟକ୍ତି ଙ୍କୁ ନିର୍ଭିକ ରେ ଯେ କୌଣସି ଲୋକ ମେଡିକାଲ ଆଣି ଚିକିତ୍ସା କରାଇଲେ ରାଜ୍ୟ ସରକାର ପକ୍ଷରୁ ଜ଼ିଲ୍ଲାପାଳ ଙ୍କ ଜରିଆରେ ଉକ୍ତ ସାହାଯ୍ୟ କାରୀ ଙ୍କୁ ଉତ୍ସାହିତ କରିବା କୁ ୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇ ଥାଏ। ସେହି ସାମରିଟେନ ପଲିସି ଉପରେ ଆରଟିଓ ଶ୍ରୀ ପଟ୍ଟନାୟକ ଯୁବ ପିଢୀ ଓ ସାଧାରଣ ଜନତା ଙ୍କୁ ସଚେତନ କରାଇଥିଲେ l