ପୁରୀ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା କଲେ ରାଜ୍ୟପାଳ

ପୁରୀ ୧୯/୪ ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଆଜି ପୂର୍ବାହ୍ନରେ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲାର ସ୍ଥିତି ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା କରିଛନ୍ତି।ସରକାର ଓ ପ୍ରଶାସନ ସାଧାରଣ ଲୋକ ମାନଙ୍କ ମୌଳିକ ଆବଶ୍ୟକତା ପୂରଣ ସହ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ରେ ଯୋଗ୍ୟତା ଅନୁସାରେ ସେମାନଙ୍କୁ ସାମିଲ କରିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ।ଲୋକ ପ୍ରତିନିଧିମାନଙ୍କୁ ଏ ସମସ୍ତ କାର୍ଯ୍ୟ ରେ ସାମିଲ କରାଯିବା ସହ ଏହି ସବୁ କାର୍ଯ୍ୟ ର ସମୀକ୍ଷା ଲୋକ ପ୍ରତିନିଧି ମାନେ କରିବା ଆବଶ୍ୟକ।ପ୍ରଶାସନ ଉପଯୁକ୍ତ ହିତାଧିକାରୀ ଚୟନ ସମୟରେ ସରକାର ପ୍ରଦତ୍ତ ମାର୍ଗଦର୍ଶିକା ଆଧାର ରେ ତାଲିକା ପ୍ରସ୍ତୁତ କରିବା ଉଚିତ।ଯାହା ଫଳରେ ଉପକୃତ ହେଉଥିବା ହିତାଧିକାରୀ ଓ ଅପେକ୍ଷା ତାଲିକା ରେ ରହୁଥିବା ବ୍ୟକ୍ତି ମାନଙ୍କ ଚିହ୍ନଟ ସହଜ ହେବ।ଲୋକ ମାନଙ୍କୁ ଶୁଣିବା ଓ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।ଯେ କୌଣସି ପ୍ରକଳ୍ପ ର ପ୍ରକୃତ ଲକ୍ଷ୍ୟ ସମ୍ପର୍କରେ ଲୋକ ମାନ ଙ୍କୁ ସଚେତନ କରାଇବା ସହ ସଫଳତା ହାସଲ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।ଭୁବନେଶ୍ୱର ରାଜଭବନକୁ ସମ୍ପୂର୍ଣ୍ଣ ସୋଲାର ବା ପି ଏମ ସୂର୍ଯ୍ୟ ଘର ଯୋଜନା ରେ ସାମିଲ କରାଯାଇଛି।ତେଣୁ ପିଏମ ସୂର୍ଯ୍ୟ ଘର ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କ ରେ ଏହାର ଉପଯୋଗ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଲୋକ ସଭା ସାଂସଦ ଡା ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର,ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଯୋଗ ଦେଇ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ କରିବା ସହ ଜିଲ୍ଲା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡ.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଯୋଜନା ଓ ପର୍ଯ୍ୟାଲୋଚନା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ,ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।ଆଇନ ଶୃଙ୍ଖଳା ରକ୍ଷା,ଜଙ୍ଗଲ ବିଭାଗ,ଚିଲିକା ଉନ୍ନୟନ, ମତ୍ସ୍ୟ ସମ୍ପଦ,ପ୍ରାଣୀ ସମ୍ପଦ, ବିଦ୍ୟୁତ, ପର୍ଯ୍ୟଟନ, କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ, ଗ୍ରାମ୍ୟ ଜଳ ଯୋଗାଣ, ଜଳ ସମ୍ପଦ ଇତ୍ୟାଦି ବିଭାଗ ସମ୍ପର୍କରେ ରାଜ୍ୟପାଳ ସମୀକ୍ଷା କରିବା ସହ ବିବିଧ ପରାମର୍ଶ ଦେଇଥିଲେ।ଲୋକ ଙ୍କ ହିତ ପାଇଁ କାର୍ଯ୍ୟ କରିବାର ଅଛି।ତେଣୁ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ କରିବାର ମାନସିକତା ରଖିବା।ରାଜ୍ୟ ରେ ସମସ୍ତ ସୁବିଧା ସୁଯୋଗ ରହିଛି ତେଣୁ ସମସ୍ତ ଙ୍କ ସହଯୋଗ ରେ ଏହାକୁ ବିକଶିତ ଓଡିଶାରେ ପରିଣତ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।