୭ଫୁଟ ଲମ୍ବ ର ଅଜଗର ଉଦ୍ଧାର
ମାଲକାନଗିରି ଜିଲ୍ଲା ବାଲିମେଳା ଏନ ଏ ସି ସ୍ଥିତ ମାଉସୀମା ମନ୍ଦିର ଲାଇନ ନିକଟସ୍ଥ ରାସ୍ତା ଉପରୁ ୭ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ଗତ କାଲି ଠାରୁ ପ୍ରବଳ ବର୍ଷା ହେବା ଦ୍ୱାରା ଉପରେ ଥିବା ପାହାଡ଼ ରୁ ଏହି ସାପଟି ଖାଦ୍ୟ ସନ୍ଧାନରେ କଲୋନୀ ଭିତରକୁ ଆସିଯାଇଥିଲା ବୋଲି ସନ୍ଦେହ କରାଯାଉଛି । ରାସ୍ତା ଉପରେ ଏହି ସାପ ଟିକୁ ଲୋକେ ଦେଖି ଆତଙ୍କିତ ହୋଇଯାଇଥିବା ବେଳେ ରାଜେନ୍ଦ୍ର ନାମକ ଯୁବକ ଏହି ସାପ ଟିକୁ ଧରିବାରେ ସଫଳ ହୋଇଥିଲେ ପରେ ସ୍ଥାନୀୟ ଲୋକେ ବନ ବିଭାଗ କୁ ଖବର ଦେଲାପରେ ବନ କର୍ମଚାରୀ ଓ ବନରଖି ଆସି ଏହି ସାପଟିକୁ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିଲେ ।