ଆର୍ ଟି ଓଙ୍କ ଅଚାନକ ଚଢ଼ାଉ

ଆର୍ ଟି ଓଙ୍କ ଅଚାନକ ଚଢ଼ାଉ,ମଦ୍ୟପ ଯୁବକଙ୍କୁ ଜୋରିମାନା।ଗୁରୁବାର ବିଳମ୍ବିତ ରାତ୍ରୀରେ ଆର୍ ଟି ଓ ରବିନ୍ ପଟ୍ଟନାୟକଙ୍କ ନେତୃତ୍ବରେ ବଡ଼ଦାଣ୍ଡରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅଛନାକ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ସମୟର ଜନୈକ ଯୁବକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଥିଲା।ଅଧିକାରୀମାନେ ଯୁବକଙ୍କୁ ଅଟକାଇ ଥିଲେ ମଧ୍ୟ ସେ ଜୋରରେ ଗାଡି ଚଳାଇ ଫେରାର ହୋଇଯାଇଥିଲେ।ତେବେ ଅଧିକାରୀମାନେ ଯୁବକଙ୍କ ପିଛାକରି ମାର୍କେଟ ଛକ ନିକଟରେ କାବୁ କରିଥିଲେ।ବ୍ରେଥ ଆନାଲାଇଯର ପରୀକ୍ଷାରେ ସଂପୃକ୍ତ ଯୁବକ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡିଥିଲା।ଆର୍ ଟି ଓ ସଂପୃକ୍ତ ଯୁବକଙ୍କୁ ୨୦ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହ ହିରୋ ହୁଣ୍ଡା ଗାଡ଼ିକୁ ଟ୍ରାଫିକ ଥାନା ଜିମା ଦେଇଥିଲେ।ଏହି ଚଢ଼ାଉ ରେ ମୋଟର ଯାନ ନିରୀକ୍ଷକ ରାଜେଶ ମହାପାତ୍ର,ସହକାରୀ ନିରୀକ୍ଷକ ଅମିତ୍ ରଣା ଏବଂ ଟି ଆଇ ସୁଶାନ୍ତ ପାତ୍ର ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *