ସୌନ୍ଦର୍ଯ୍ୟର ନୂଆ ପରିଚୟ ରାଜ୍ ପ୍ରିମିୟମ୍

ସୌନ୍ଦର୍ଯ୍ୟର ନୂଆ ପରିଚୟ ରାଜ୍ ପ୍ରିମିୟମ୍
ଆଜି କାଲି ସମସ୍ତେ ନିଜର ନୂଆ ବେଶ ଓ ସାଜ ସଜ୍ଜା ପାଇଁ ନିଜକୁ ଅନେକ ପ୍ରକାରରେ ସଜାଇବା ପାଇଁ ପସନ୍ଦ କରିଥାଆନ୍ତି l ସେଥିପାଇଁ ନାରୀ ହେଉ ଅବା ପୁରୁଷ ଯୁବକ ହେଉ ଅବା ଯୁବତୀ ସବୁବେଳେ ମେକ ଅପ୍ ଉପରେ ଧ୍ୟାନ ଦେଇଥାନ୍ତି l ଉତ୍ତମ ବେଶ ପୋଷାକ ସାଙ୍ଗକୁ ନିଜର କେଶ ଓ ମୁହଁ କୁ ଅତି ସୁନ୍ଦର ଭାବରେ ଗଢ଼ି ତୋଳିବା ପାଇଁ ରାଜ ପର୍ଲୋର ତାର ନୂତନ ମେକ୍ ଅପ୍ ଷ୍ଟୋର ରାଜ୍ ପ୍ରିମିୟମ୍ ଯାଜପୁର ଜିଲ୍ଲା ବ୍ୟାସନଗର ସହର ସ୍ଥିତ ଗୋପବନ୍ଧୁ ଛକ ନିକଟରେ ଓପନିଂ କରିଛି l ରାଜ୍ ପ୍ରିମିୟମ୍ ର ମାଲିକ ଆଶ୍ରିବାଦ ବାରିକଙ୍କ ନେତୃତ୍ୱରେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ବରିଷ୍ଠ ସମାଜସେବୀ ଗୟାଧର ମହାପାତ୍ର ଅତିଥିଭାବେ ଯୋଗଦେଇ ଫିତା କାଟି ଉଦ୍ଘାଟନ କରିଥିଲେ l ଏହି ଉଦ୍ଘାଟନ ରେ ସନ୍ଧ୍ୟାରାଣୀ ବାରିକ, ଚନ୍ଦ୍ରମଣି ବାରିକ, ଆୟୁଷ୍ମାନ ରାଉତ, ସତ୍ୟବ୍ରତ ସାହୁ ଓ ତାଙ୍କର ସହକର୍ମୀ ମାନେ ଉପସ୍ଥିତ ଥିଲେ l