ରଗଡି ପ୍ରେସକ୍ଳବର ସମ୍ବର୍ଦ୍ଧନା ଉତ୍ସବ

କୋରେଇ ବ୍ଲକ ରଗଡି ପ୍ରେସ କ୍ଲବ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ମା’ କାମୁଡେଇ କଲ୍ୟାଣ ମଣ୍ଡପ ପରିସରରେ ବରିଷ୍ଠ ସାମ୍ବାଦିକ ପବିତ୍ର ମୋହନ ରାଉତ ରାୟ ଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି l ଏଥ‌ିରେ ମୁଖ୍ୟ ଅତିଥ୍‌ ଭାବେ ବ୍ୟାସନଗର ର ପୂର୍ବତନ ନଗରପାଳ ତଥା କ୍ରୀଡା ସଂଗଠକ ରସାନନ୍ଦ ମହାନ୍ତି, ସମ୍ମାନିତ ଅତିଥ୍ୟ ଭାବେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ କର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ ଓ ଜିଲ୍ଲା ସଭାପତି ହରିହର ସ୍ବାଇଁ ଯୋଗ ଦେଇଥିଲେ l ମୁଖ୍ୟ ଅତିଥୁ ଶ୍ରୀ ମହାନ୍ତି ନିର୍ଭିକ ନିରପେକ୍ଷ ଓ ଆତ୍ମବିଶ୍ବାସ ର ସହ ସମ୍ବାଦ ପରିବେଷଣ କରିବାକୁ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଥିଲେ l ରଗଡି ପ୍ରେସ କ୍ଲବ ର ସଭାପତି ପୀତବାସ ଭୂୟାଁ ଙ୍କୁ ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା କମିଟି ର ସାଧାରଣ ସମ୍ପାଦକ ଓ ସମ୍ପାଦକ ସୁକର୍ଣ୍ଣ ରାଉତ ଙ୍କୁ ସହ ସମ୍ପାଦକ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି l ଏଥିସହିତ ପବିତ୍ର ରଞ୍ଜନ ମହାନ୍ତି ଙ୍କୁ ଉପ ସଭାପତି, ରଙ୍ଗ ବଲ୍ଲଭ ସାହୁ କାର୍ଯ୍ୟକାରୀ ସଭାପତି, ପ୍ରଦୀପ ଚାନ୍ଦ ଙ୍କୁ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ, ରବିନାରାୟଣ କର ଙ୍କୁ ଶୃଙ୍ଖଳା କମିଟି ଅଧ୍ୟକ୍ଷ, ଆଶୁତୋଷ ମହାନ୍ତି କୋରେଇ ବ୍ଲକ ଆବାହକ ଓ ସୁଭାଶିଷ ରାଉତ ଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଥ‌ିବା ରୁ ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ପ୍ରେସ କ୍ଲବ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବଦ୍ଧିତ କରାଯାଇଥିଲା l ପ୍ରାରମ୍ଭ ରେ ବରିଷ୍ଠ ସାମ୍ବାଦିକ ତଥା ଆଇନଜିବୀ ପ୍ରଦୀପ୍ତ କୁମାର ପରିଡା ଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ପରିଶେଷରେ ରବିନ୍ଦ୍ର କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

ଯାଜପୁର ରଗଡିରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *