ଉତ୍ତମ ସେବା କ୍ଷେତ୍ରରେ ରଘୁନାଥପୁର ତହସିଲ ରାଜ୍ୟରେ ତୃତୀୟ।

ରଘୁନାଥପୁର:- ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଉତ୍ତମ ପ୍ରାସାସନିକ ସେବା ଓ ପରିଚାଳନା କ୍ଷେତ୍ରରେ ତୃତୀୟ ସ୍ଥାନ ହାସଲ କରି ଗୌରବାନିତ ହୋଇଛି।ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ତହସିଲକୁ ଉତ୍ତମତା ପ୍ରମାଣପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଛି।ଶୁକ୍ରବାର ଦାଇତ୍ୱରେ ଥିବା ତହସିଲଦାର ସଞ୍ଜୟ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଅତିରିକ୍ତ ତହସିଲଦାର ତପନ କୁମାର ପରିଡା ଏବଂ ସମସ୍ତ କାର୍ଯ୍ୟରତ କର୍ମଚାରୀ ଓ ୬ ଟି ସର୍କଲର ଆରଆଇ ମାନେ ଏକ ବୈଠକର ଉପନୀତ ହୋଇଥିଲେ। ଏଥିପାଇଁ ସମସ୍ତେ ଖୁସିବ୍ୟକ୍ତ ହୋଇଥିଲେ।ଆଗାମୀ ଦିନରେ ସମସ୍ତେ ନିଜର ଦାଇତ୍ୱ ଓ କାର୍ଯ୍ୟଦକ୍ଷତା ପ୍ରତି ଯତ୍ନବାନ ହେବାସହ ସାଧାରଣଜନତାଙ୍କୁ ଅତି ଉତ୍ତମ ସେବା ଯୋଗାଇଦେବାକୁ ସଂକଳ୍ପବଦ୍ଧ ହୋଇଥିଲେ।ଶେଷରେ ଅତିରିକ୍ତ ତହସିଲଦାର ପରିଡା ମାନବ ସେବା ମାଧବ ସେବାର ଉକ୍ତି ଦେଇ ସମସ୍ତଙ୍କୁ ସାଧୁବାଦ ଜ୍ଞାମ୍ପନ କରିଥିଲେ।ଏଥିରେ ବଡ଼ବାବୁ ସଞ୍ଜୟ ପ୍ରଧାନ,ନାଜର ସାରଦା ପ୍ରସାଦ ନାୟକ,ସିପ୍ରା ପ୍ରିୟଦର୍ଶିନୀ ମହାନ୍ତି,ସ୍ୱାଗତିକା ଶତପଥୀ,ଆରଆଇ ମଣିକାନ୍ତ ବିଶ୍ବାଳ, ସୁଶାନ୍ତ କୁମାର ସ୍ବାଇଁ, ଲିଜାରାଣୀ ପରିଡା, ଅବିନାଶ ସେଠି,ଅରବିନ୍ଦ ପଣ୍ଡା, ସଚ୍ଚିକାନ୍ତ ସାମଲଙ୍କ ସହ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *