ରାହୁଲ ଗାନ୍ଧୀ ସାଂସଦ ପଦ ଫେରି ପାଇଲେ

Rahul Gandhi, a senior leader of India's main opposition Congress party, waves towards his party workers as he arrives at the New Delhi airport, after he appeared before a court in Surat in the western state of Gujarat, India, March 23, 2023. REUTERS/Adnan Abidi
୧୩୬ ଦିନ ପରେ ସଂସଦରେ ପହଞ୍ଚିଲେ ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ପୁନଃସ୍ଥାପିତ ହୋଇଛି। ଏହି ବିଷୟରେ ଲୋକସଭା ସଚିବାଳୟରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଗତ ଶୁକ୍ରବାର ଦିନ ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ସୁରତ ଅଦାଲତ ଦେଇଥିବା ଦୁଇ ବର୍ଷର ଦଣ୍ଡାଦେଶ ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିଥିଲେ। ଏହାଦ୍ୱାରା ସଂସଦକୁ ଫେରିବା ପାଇଁ ରାହୁଲଙ୍କ ରାସ୍ତା ଉନ୍ମୁକ୍ତ ହୋଇଯାଇଥିଲା । ଏହା ପରେ ସୋମବାର ଲୋକସଭା ସଚିବାଳୟରୁ ବିଜ୍ଞପ୍ତି ଜାରି କରି ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ପୁନସ୍ଥାପନ କରାଯାଇଛି।
ସଂସଦର ସଦସ୍ୟତା ପୁନରୁଦ୍ଧାର ପରେ ରାହୁଲ ଗାନ୍ଧୀ ସୋମବାର ସଂସଦରେ ପହଞ୍ଚିଛନ୍ତି। ରାହୁଲ ଗାନ୍ଧୀ ୧୩୬ ଦିନ ପରେ ସଂସଦରେ ପହଞ୍ଚିଥିଲେ ଏବଂ I.N.D.I.A ସହଯୋଗୀ ଦଳର ସାଂସଦମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏହାପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ଟ୍ୱିଟର ବାୟୋ ପରିବର୍ତ୍ତନ କରି ଏଥିରେ ସେ ସାଂସଦ ବୋଲି ଲେଖିଛନ୍ତି। ଏବେ ରାହୁଲ ଗାନ୍ଧୀ କେରଳର ୱାୟାନାଡର ସାଂସଦ ଅଛନ୍ତି।