‘କେବଳ ନରେନ୍ଦ୍ର ମୋଦି କରିପାରିବେ ମାନହାନୀ ମୋକଦ୍ଦମା’: ସୁରଟ କୋର୍ଟରେ ରାହୁଲଙ୍କ ଯୁକ୍ତି

ସୁରଟ,୪।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁରଟ କୋର୍ଟରେ ତାଙ୍କୁ ହୋଇଥିବା ସଜା ଉପରେ ଚ୍ୟାଲେଞ୍ଜ କରି କହିଛନ୍ତି, କେବଳ ନରେନ୍ଦ୍ର ମୋଦି ହିଁ ତାଙ୍କ ବିରୋଧରେ ମାମଲା କରିପାରିବେ। କଂଗ୍ରେସ ନେତା ଅପରାଧିକା ମାନହାନି ମାମଲାରେ ତାଙ୍କର ସଜାକୁ ଚ୍ୟାଲେଞ୍ଜ କରି ସୋମବାର ସୁରଟର ସେସନ କୋର୍ଟରେ ତାଙ୍କର ଅପିଲ ଦାୟର କରିଛନ୍ତି।
ସୂଚନାଯୋଗ୍ୟ, ଏହି ମାମଲରେ ରାହୁଲଙ୍କୁ ଜାମିନ ମିଳିଥିବା ବେଳେ ସେ କରିଥିବା ଚ୍ୟାଲେଞ୍ଜର ପରବର୍ତ୍ତି ଶୁଣାଣି ଏପ୍ରିଲ ୧୩ରେ ହେବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ମୋଦି ସରନେମ ବୟାନକୁ ନେଇ ସୁରଟର ସିଜେଏମ କୋର୍ଟ ୨୩ ମାର୍ଚ୍ଚରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷର ସଜା ଶୁଣାଇଛନ୍ତି। ୨୦୧୯ରେ କର୍ନାଟକର କୋଲାରରେ ଏକ ନିର୍ବାଚନି ସଭାରେ ରାହୁଲ କହିଥିଲେ, ’ଲଳିତ ମୋଦି, ନିରବ ମୋଦି, ନରେନ୍ଦ୍ର ମୋଦି କେମିତି ସମସ୍ତ ୪ ଜଣଙ୍କ କମନ ସରନେମ ମୋଦି ହୋଇଛି। ଏହି ବୟାନ ବିରୋଧରେ ଭାରତୀୟ ଜନତା ପାର୍ଟି(ଭାଜପା)ର ବିଧାୟକ ଓ ଗୁଜରାଟ ସରକାରରେ ଥିବା ପୂର୍ବତନ ମନ୍ତ୍ରୀ ପୁର୍ଣ୍ଣେଶ ମୋଦି ଅଭିଯୋଗ କରିଥିଲେ। ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ସଜା ଶୁଣାଯାଇଛି।

Leave a Reply

Your email address will not be published. Required fields are marked *